ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି ସଂଗ୍ରହ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ କୋଣାର୍କ ଶାଖା ପକ୍ଷରୁ କୋରିୟର ଯୋଗେ ଏହା ଅଯୋଧ୍ୟାକୁ ପଠାଯିବ। ଶନିବାର ଅପରାହ୍ନରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ପବିତ୍ର ଜଳ, କାକଟପୁର ପ୍ରାଚୀ ତୀର୍ଥ ଜଳ, କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରୁ ପବିତ୍ର ମାଟିକୁ କଳସରେ ଭରାଯାଇଥିଲା। ପ୍ରଥମେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବିଶ୍ୱ ହିନ୍ଦୁ ପରିଷଦର କୋଣାର୍କ ପ୍ରଖଣ୍ଡ ସଭାପତି ଭାଗୀରଥି ସ୍ବାଇଁ, ରାମକୃଷ୍ଣ ମହାନ୍ତି, ମିତ୍ରଲାଭ ନାୟକ ପ୍ରମୁଖ ଏକ ଆଧ୍ୟାମତ୍ିକ ଶୋଭାଯାତ୍ରାରେ ସାମାଜିକ ଦୂରତ୍ୱ ରକ୍ଷା କରି ତୀର୍ଥଜଳ କଳସ ଧରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲେ। ଏହା ଆମ ପାଇଁ ଗର୍ବର ବିଷୟ ବୋଲି ସଭାପତି ସ୍ବାଇଁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରିୟରଞ୍ଜନ ରଥ, ପ୍ରତାପ କାଣ୍ଡି, ନୃସିଂହ ନାୟକ, ବିରଞ୍ଚତ୍ ନାରାୟଣ ରଥ, ଶରତ ମଲ୍ଲ, ଅଶୋକ ପଣ୍ଡା, କୁନାଲ ପାତ୍ର, ରଘୁନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।