Categories: ଜାତୀୟ

ଚନ୍ଦ୍ର ଠାରୁ ୨୫କି.ମି. ଦୂରରେ ଲ୍ୟାଣ୍ଡର

ନୂଆଦିଲ୍ଲୀ,୨୦।୮: ଚନ୍ଦ୍ରାୟାନର ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହୋଇଛି। ଚନ୍ଦ୍ର ଠାରୁ ଆମେ ଆଉ ୨୫କିମି ଦୂରରେ ଅଛୁ। ଏନେଇ ଟ୍ବିଟ୍‌ କରି ଇସ୍ରୋ ସୂଚନା ଦେଇଛି। ଇସ୍ରୋ କହିଛି ଯେ, ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ପରୀକ୍ଷା କରାଯିବ। ବର୍ତ୍ତମାନ ଚନ୍ଦ୍ରରେ ଅବତରଣ ସମୟରେ ସୂର୍ଯ୍ୟାଦୟ ହେବା ପାଇଁ ଅପେକ୍ଷା ରହିଛି। ଲ୍ୟାଣ୍ଡର୍‌ ୨୩ ଅଗଷ୍ଟ ଅପରାହ୍ନ ୫.୪୫ ସମୟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ଦିନ ସହିତ ସମାନ। ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଛି। ୨୩ ଅଗଷ୍ଟରେ ସେଠାରେ ସୂର୍ଯ୍ୟ ଉଦୟ ହେବେ। ତେଣୁ ଲ୍ୟାଣ୍ଡର ସୂର୍ଯ୍ୟାଲୋକରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିବ।

Share