ଭଡ଼ାଟିଆ ମହିଳାଙ୍କୁ ମାଡ଼ମାରି ଗିରଫ ହେଲେ ଘର ମାଲିକ

ଗୋପାଳପୁର,୭ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ମଦନମୋହନପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ରବିବାର ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କେ.କ୍ରିଷ୍ଣା ରାଓ(୫୭)।

ଅଭିଯୋଗ ମୁତାବକ, ସ୍ମୃତିରେଖା ସ୍ବାମୀଙ୍କ ସହ କ୍ରିଷ୍ଣାଙ୍କ ଘରେ କିଛି ମାସ ହେଲା ଭଡାରେ ରହୁଥିଲେ। ହେଲେ କୌଣସି କାରଣରୁ କିଛି ମାସର ଭଡ଼ା କ୍ରିଷ୍ଣାଙ୍କୁ ଦେଇପାରି ନ ଥିଲେ। ଶନିବାର ସ୍ମୃତିରେଖାଙ୍କ ସ୍ବାମୀ ଘରେ ନ ଥିବା ବେଳେ କ୍ରିଷ୍ଣା ଘରେ ପହଞ୍ଚତ୍ ଭଡ଼ା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ କ୍ରିଷ୍ଣା ଉତ୍‌କ୍ଷିପ୍ତ ହୋଇ ସ୍ମୃତିରେଖାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଭଗୀର ଆଘାତ ଲାଗିଥିଲା। ଏନେଇ ସେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା( ନଂ. ୨୭୬/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଘର ମାଲିକ କ୍ରିଷ୍ଣାଙ୍କୁ ଗିରଫ କରିଥିଲା।

Share