ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା କୋର୍ଟକୁ ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ଭାରତରେ ମଡେଲ ଟେନିସି ଆକ୍ଟ (ଟେନିସି ଆକ୍ଟ), ୨୦୨୧, ଉଭୟ ଘର ମାଲିକ ଏବଂ ଭଡାଟିଆଙ୍କ ସ୍ବାର୍ଥ ରକ୍ଷା କରେ। ଏଥିରେ ଭଡାଟିଆଙ୍କୁ କିଛି ଅଧିକାର ଦିଆଯାଇଛି। ଏହି ଆଇନର ଉଦ୍ଦେଶ୍ୟ ହେଉଛି ଉଭୟ ପକ୍ଷର ଅଧିକାର ଏବଂ ଦାୟିତ୍ୱକୁ ସନ୍ତୁଳିତ କରିବା ଏବଂ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା। ଏହି ନିୟମ ଅନୁଯାୟୀ ଭଡାଟିଆ କେଉଁ ଅଧିକାର ପାଇଛନ୍ତି, ଯାହା ବ୍ୟବହାର କରି ସେ ତାଙ୍କ ସ୍ବାର୍ଥ ରକ୍ଷା କରିପାରିବେ।
ପ୍ରତ୍ୟେକ ଭଡାଟିଆଙ୍କର ଶାନ୍ତିପୂର୍ଣ୍ଣ ଭାବରେ ଘରେ ରହିବାର ଅଧିକାର ଅଛି। ଏହି ମସୟରେ ଘର ମାଲିକ କୌଣସି ପୂର୍ବ ସୂଚନା ବିନା ଘରକୁ ଆସିପାରିବେ ନାହିଁ। ଘର ମାଲିକ ନିର୍ଦ୍ଧାରିତ ସମୟରେ କେବଳ ଭଟାଥିବା ଲୋକଙ୍କ ସହମତି ପରେ ପରିଦର୍ଶନ କରିପାରିବେ। ଘର କିମ୍ବା ଦୋକାନ ଖାଲି କରିବା ପରେ ସେମାନେ ଶେଷରେ ସୁରକ୍ଷା ଜମା ଫେରସ୍ତ ପାଇବାକୁ ହକଦାର। ଘର ମାଲିକ ଏହାକୁ ଦେବାରେ ଦ୍ୱିଧା କରିପାରିବେ ନାହିଁ।
ଅଯୌକ୍ତିକ ଭଡା ବୃଦ୍ଧି ନେଇ ଭଡ଼ାଟିଆ ଘର ମାଲିକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିପାରନ୍ତି। ନିୟମ ଅନୁଯାୟୀ, ଘର ମାଲିକଙ୍କୁ ଭଡା ବୃଦ୍ଧି ପୂର୍ବରୁ ଆଲୋଚନା ଏବଂ ସୂଚନା ଦେବାକୁ ପଡ଼ିବ।
ଘର ମାଲିକଙ୍କୁ ଆବଶ୍ୟକ ନୋଟିସ ଦେଇ ଭଡାଟିଆ ତାଙ୍କ ଲିଜ କିମ୍ବା ଭଡା ଚୁକ୍ତି ବନ୍ଦ କରିପାରେ। ଜାତି, ଧର୍ମ, ଲିଙ୍ଗ, ବୈବାହିକ ସ୍ଥିତି କିମ୍ବା ଖାଦ୍ୟ ଅଭ୍ୟାସ ଆଧାରରେ ଘରି ମାଲିକମାନେ ସେମାନଙ୍କୁ ଭେଦଭାବ କରିପାରିବେ ନାହିଁ।
ଘର ମାଲିକମାନେ କୌଣସି ପରିସ୍ଥିତିରେ ବିଦ୍ୟୁତ୍ ଏବଂ ପାଣି ଭଳି ଅତ୍ୟାବଶ୍ୟକ ସେବାକୁ କାଟି ପାରିବେ ନାହିଁ । ପ୍ରାୟତଃ ,, ଭଡା ବିଳମ୍ବ ହେତୁ ଘର ମାଲିକମାନେ ଭଡାଟିଆଙ୍କ ସହିତ ଏପରି ବ୍ୟବହାର କରିବା ଆରମ୍ଭ କରନ୍ତି ଯାହା ସମ୍ପୂର୍ଣ୍ଣ ଅନ୍ୟାୟ ଅଟେ। ଯଦି ବଡାରେ ରହୁଥିବା ଲୋକମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କୁ ହଇରାଣ କରାଯାଉଛି, ସେମାନେ ଅଭିଯୋଗ କରିପାରିବେ।
ଯଦି ଭଡାରେ ଥିବା ବ୍ୟକ୍ତି କୌଣସି ବଡ଼ ସମସ୍ୟା କିମ୍ବା ବିପଦର ସମ୍ମୁଖୀନ ହୁଏ ତେବେ ସେ ଭଡା ବନ୍ଦ କରିପାରିବେ । ଅବଶ୍ୟ, ଏଥିପାଇଁ ଭଡାଟିଆଙ୍କୁ ଏକ ବୈଧ କାରଣ ଦେବାକୁ ପଡିବ ଏବଂ ଜମି ମାଲିକଙ୍କ ସହ ଆଲୋଚନା କରିବାକୁ ପଡିବ।