Posted inଜାତୀୟ

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା ଲଗାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁଯାୟୀ ମହିଳା ଜଣକ ଶାକରପୁରରେ ଏକ ଭଡ଼ାଘରେ ଏକୁଟିଆ ରହି ସିଭିଲ୍‌ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଘର ମାଲିକଙ୍କ ପୁଅ ଅଭିଯୁକ୍ତ କରନ ବିଲ୍ଡିଂର ଅନ୍ୟ ମହଲାରେ ରହୁଥିବାରୁ ମହିଳା ଜଣକ ଘରର ଚାବି ତାଙ୍କୁ ଦେଇ ନିଜ ଗାଁକୁ ଯାଉଥିଲେ। ମହିଳା ନିଜ ହ୍ବାଟ୍ସଆପ୍‌ ଆକାଉଣ୍ଟରେ କେତେକ ଅଜବ ଘଟଣା ଦେଖିଥିଲେ। ହ୍ବାଟ୍ସଆପ୍‌ ସହ ଏକ ଅଜଣା ଲାପ୍‌ଟପ୍‌ ଲିଙ୍କ୍‌ ହୋଇଥିବା ଜାଣିବା ପରେ ସେ ଏହାକୁ ତୁରନ୍ତ ଲଗ୍‌ଆଉଟ୍‌ କରିଦେଇଥିଲେ। ତାଙ୍କ ଉପରେ କେହି ଗୁପ୍ତଚରଗିରି କରୁଥିବା ମହିଳା ସନ୍ଦେହ କରି ଆପାର୍ଟମେଣ୍ଟରେ ଖୋଜାଖୋଜି କରିବାରୁ ବାଥ୍‌ରୁମ୍‌ରେ ଲାଗିଥିବା ବଲ୍‌ବ ହୋଲ୍ଡରରେ ଏକ କ୍ୟାମେରା ଇନ୍‌ଷ୍ଟାଲ ହୋଇଥିବା ଦେଖିବାକୁ ପାଇଥିଲେ।

ଏହା ପରେ ସେ ପିସିଆର୍‌କୁ କଲ୍‌ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତଲାସି ନେବା ପରେ ମହିଳାଙ୍କ ବେଡ୍‌ରୁମ୍‌ରେ ଏକ ବଲ୍ଡହୋଲ୍ଡରେ ଆଉ ଏକ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା। ଅନ୍ୟ କେହି ତାଙ୍କ ରୁମ୍‌କୁ ଆସୁଥିଲେ କି ବୋଲି ପୋଲିସ ପଚାରିବାରୁ ମହିଳା ଜଣଙ୍କ କରନ୍‌ଙ୍କୁ ଚାବି ଦେଇଯାଉଥିବା କହିଥିଲେ। କରନ ଇଲେକ୍ଟ୍ରୋନିକ୍ସ ବଜାରରୁ ୩ଟି ସ୍ପାଏ କ୍ୟାମେରା କିଣି ୨ଟିକୁ ମହିଳାଙ୍କ ବେଡ୍‌ରୁମ୍‌ ଓ ବାଥ୍‌ରୁମ୍‌ରେ ଲଗାଇଥିବା ସ୍ବୀକାର କରିଛନ୍ତି। ଉକ୍ତ କ୍ୟାମେରାକୁ ଅନ୍‌ଲାଇନ ଅପରେଟ କରାଯାଇ ପାରୁ ନ ଥିବାରୁ ଫଟୋ ମେମୋରି କାର୍ଡରେ ଷ୍ଟୋର ହୋଇ ରହୁଥିଲା। ସେଥିପାଇଁ କରନ ମହିଳାଙ୍କ ରୁମ୍‌ର ବିଦ୍ୟୁତ୍‌ ରିପେୟାରିଂ କରିବା ବାହାନାରେ ବାରମ୍ବାର ଚାବି ମାଗି ଭିଡିଓଗୁଡ଼ିକୁ ନିଜ ଲାପ୍‌ଟପ୍‌କୁ ଟ୍ରାନ୍ସଫର କରୁଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

‘କବଚ ୪.୦’ ଟ୍ରାଏଲ ରନ୍‌ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

କଙ୍ଗନାଙ୍କ ୟୁ-ଟର୍ନ: ଚାପ ବଢିବାରୁ ବଦଳାଇଲେ ମତ

ନୂଆଦିଲ୍ଲୀ,୨୫।୯: ବଲିଉଡ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ଭାଜପା ନିଜକୁ ଦୂରେଇ ରଖିଛି। ଭାଜପା ମୁଖପାତ୍ର ଗୌରବ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା...

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼...

ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

ହାଇଦ୍ରାବାଦ, ୨୪।୯: ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri