Categories: ଜାତୀୟ

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା ଲଗାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁଯାୟୀ ମହିଳା ଜଣକ ଶାକରପୁରରେ ଏକ ଭଡ଼ାଘରେ ଏକୁଟିଆ ରହି ସିଭିଲ୍‌ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଘର ମାଲିକଙ୍କ ପୁଅ ଅଭିଯୁକ୍ତ କରନ ବିଲ୍ଡିଂର ଅନ୍ୟ ମହଲାରେ ରହୁଥିବାରୁ ମହିଳା ଜଣକ ଘରର ଚାବି ତାଙ୍କୁ ଦେଇ ନିଜ ଗାଁକୁ ଯାଉଥିଲେ। ମହିଳା ନିଜ ହ୍ବାଟ୍ସଆପ୍‌ ଆକାଉଣ୍ଟରେ କେତେକ ଅଜବ ଘଟଣା ଦେଖିଥିଲେ। ହ୍ବାଟ୍ସଆପ୍‌ ସହ ଏକ ଅଜଣା ଲାପ୍‌ଟପ୍‌ ଲିଙ୍କ୍‌ ହୋଇଥିବା ଜାଣିବା ପରେ ସେ ଏହାକୁ ତୁରନ୍ତ ଲଗ୍‌ଆଉଟ୍‌ କରିଦେଇଥିଲେ। ତାଙ୍କ ଉପରେ କେହି ଗୁପ୍ତଚରଗିରି କରୁଥିବା ମହିଳା ସନ୍ଦେହ କରି ଆପାର୍ଟମେଣ୍ଟରେ ଖୋଜାଖୋଜି କରିବାରୁ ବାଥ୍‌ରୁମ୍‌ରେ ଲାଗିଥିବା ବଲ୍‌ବ ହୋଲ୍ଡରରେ ଏକ କ୍ୟାମେରା ଇନ୍‌ଷ୍ଟାଲ ହୋଇଥିବା ଦେଖିବାକୁ ପାଇଥିଲେ।

ଏହା ପରେ ସେ ପିସିଆର୍‌କୁ କଲ୍‌ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତଲାସି ନେବା ପରେ ମହିଳାଙ୍କ ବେଡ୍‌ରୁମ୍‌ରେ ଏକ ବଲ୍ଡହୋଲ୍ଡରେ ଆଉ ଏକ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା। ଅନ୍ୟ କେହି ତାଙ୍କ ରୁମ୍‌କୁ ଆସୁଥିଲେ କି ବୋଲି ପୋଲିସ ପଚାରିବାରୁ ମହିଳା ଜଣଙ୍କ କରନ୍‌ଙ୍କୁ ଚାବି ଦେଇଯାଉଥିବା କହିଥିଲେ। କରନ ଇଲେକ୍ଟ୍ରୋନିକ୍ସ ବଜାରରୁ ୩ଟି ସ୍ପାଏ କ୍ୟାମେରା କିଣି ୨ଟିକୁ ମହିଳାଙ୍କ ବେଡ୍‌ରୁମ୍‌ ଓ ବାଥ୍‌ରୁମ୍‌ରେ ଲଗାଇଥିବା ସ୍ବୀକାର କରିଛନ୍ତି। ଉକ୍ତ କ୍ୟାମେରାକୁ ଅନ୍‌ଲାଇନ ଅପରେଟ କରାଯାଇ ପାରୁ ନ ଥିବାରୁ ଫଟୋ ମେମୋରି କାର୍ଡରେ ଷ୍ଟୋର ହୋଇ ରହୁଥିଲା। ସେଥିପାଇଁ କରନ ମହିଳାଙ୍କ ରୁମ୍‌ର ବିଦ୍ୟୁତ୍‌ ରିପେୟାରିଂ କରିବା ବାହାନାରେ ବାରମ୍ବାର ଚାବି ମାଗି ଭିଡିଓଗୁଡ଼ିକୁ ନିଜ ଲାପ୍‌ଟପ୍‌କୁ ଟ୍ରାନ୍ସଫର କରୁଥିଲେ ବୋଲି କହିଛନ୍ତି।

Share