ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବିଏସ୍‌ଏଫ ଯବାନ ଗୁରୁତର

ମାଲକାନଗିରି,୨୧।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ କର୍ତନପାଲ୍ଲୀ ନିକଟ ରାସ୍ତାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଯବାନ ଗୁରୁତର ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ଧର୍ମେନ୍ଦ୍ର ସାହୁ।
ସୂଚନାଯୋଗ୍ୟ, ପ୍ରତିଦିନ ଭଳି ରବିବାର ସକାଳେ ମାଥିଲି ଥାନା ଅନ୍ତର୍ଗତ କର୍ତନପାଲ୍ଲୀଠାରେ ଅବସ୍ଥାପିତ ୧୬୦ ବିଏସଏଫ ବାଟାଲିୟନ ଯବାନମାନେ କମ୍ବିଂ ଅପରେଶନକୁ ଯାଇଥିଲେ। ଅପରେଶନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ କର୍ତନପାଲ୍ଲୀ ନିକଟ ଜଙ୍ଗଲ ରାସ୍ତାରେ ଖଞ୍ଜା ଯାଇଥିବା ଲା୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲାା ଯାହାଫଳରେ ଯବାନ ଗୁରୁତର ହୋଇଥିଲେ। ଏହି ଘଟଣା ପରେ ପୋଲିସ ଓ ବିଏସଏଫ ଯବାନମାନେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି କମ୍ବିଂ ଅପରେଶନକୁ ଜୋରଦାର କରିଥିବା ଜଣାପଡ଼ିଛିା

Share