ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ଯବାନ ସହିଦ, ଦୁଇ ଗୁରୁତର

ରାଉରକେଲା,୪।୩(ଡି.ଏନ୍‌.ଏ.): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେଶନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତିନି ଯବାନ ସହିଦ ହୋଇଛନ୍ତି। ଅନ୍ୟ ଦୁଇ ଯବାନ ଗୁରୁତର ହୋଇଛନ୍ତି। ସହିଦ ଯବାନମାନେ ହେଲେ ଦେବେନ୍ଦ୍ର କୁମାର ପଣ୍ଡିତ, ହରଦ୍ବାର ଶାହା ଓ କିରଣ ସୁରିନ। ଗୁରୁତର ହେଲେ ଦୀପ ଟପ୍ପୋ ଓ ନିକୁ ଓରାମ। ସେମାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲକୁ ନିଆଯାଇଛି। ଘଟଣା ପରେ ସରଣ୍ଡା ପାଶର୍‌ବ ଲାଞ୍ଜି ଜଙ୍ଗଲରେ କୁମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।