ସୀମାନ୍ତରେ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର

ମାଲକାନଗିରି,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛିା
ସୂଚନାନୁଯାୟୀ ଶନିବାର ରାତିରେ ୨୦୬ କୋବ୍ରା ବାଟାଲିୟନର ଯବାନମାନେ କୁମ୍ବିଂ ଅପରେଶନ ସାରି ଫେରୁଥିବା ବେଳେ ମାଓାବାଦୀମାନଙ୍କ ଦ୍ୱାରା ରଖା ଯାଇଥିବା ତିନୋଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ମାଲକାନଗିରି ସଦର ମହକୁମାରୁ ମାତ୍ର ୪୦ କିଲୋମିଟର ଦୂରରେ ଛତିଶଗଡ଼ ସୁକୁମା ଥାନା ଗୁର୍କାପାଲ କ୍ୟାମ୍ପର କୋବ୍ରା ବାହିନୀ କୁମ୍ବିଂ ଅପରେଶନ ସାରି ଫେରୁଥିବା ବିଷୟ ମାଓବାଦୀମାନେ ଆଗରୁ ଜାଣି ତାଲମେଟଲା ନିକଟରେ ଏହି ଲ୍ୟାଣ୍ଡମାଇନ ରଖିଥିଲେ। ଫଳରେ ରାତି ହୋଇଯାଇଥିବାରୁ ଲ୍ୟାଣ୍ଡମାଇନ ସମ୍ବନ୍ଧରେ କୋବ୍ରା ବାହିନୀ ଜାଣି ପାରି ନ ଥିଲେ। ଫଳରେ ଉକ୍ତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲାା ତେବେ ଏଥିରେ ମୃତ୍ୟୁ ଘଟିଥିବା କୋବ୍ରା କମାଣ୍ଡାଣ୍ଟ ନିତିନ ବାଲେରୋ ବୋଲି ସୂଚନା ମିଳିଛି। ଦିନେଶ ସିଂ ନାମକ ଆଉ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ରାୟପୁର ସ୍ଥାନାନ୍ତର କରାଯିବା ସହ ଅନ୍ୟ ଗୁରୁତରମାନଙ୍କୁ ମଧ୍ୟ ରାୟପୁର ସ୍ଥାନାନ୍ତର କରାଯାଇଛିା ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ବିଏସ୍‌ଏଫ୍‌ ଯବାନମାନେ ଚାରିପଟୁ ଘେରି ରହିଛନ୍ତି। ଉକ୍ତ ଅଞ୍ଚଳକୁ କୌଣସି ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡା ଯାଉ ନ ଥିବା ବେଳେ ମାଲକାନଗିରି ସୁକୁମା ରାସ୍ତା ଯୋଗାଯୋଗ ବନ୍ଦ କରି ଦିଆଯାଇଛିା ସୁକୁମା ଜିଲାର ସମସ୍ତ ରାସ୍ତାରେ ଯାନବାହନକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିବା ସୁକୁମା ଏସ୍‌ପିଥ କେ.ଏଲ୍‌. ଧ୍ରୁବ ସୂଚନା ଦେଇଛନ୍ତି।