ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଅନେକ ଯବାନ ଆହତ

ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇଥିଲେ। ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏକାଧିକ ଏସ୍‌ଓଜି ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ମାଓବାଦୀମାନେ ଯବାନଙ୍କ ଗାଡ଼ି ଉଡ଼ାଇ ଦେବାକୁ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜିଥିଲେ। ଯବାନମାନେ ଆଜିସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।

Share