ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଉଡ଼ିଲା ବୋଲେରୋ,ଜଣେ ମୃତ, ୭ ଆହତ

ମାଲକାନଗିରି,୫ା୮(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମା ଦାନ୍ତଓ୍ବୋଡାରେ ଗୁରୁବାର ସକାଳେ ମାଓବାଦୀ ତାଣ୍ଡବ ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଦାନ୍ତଓ୍ବୋଡା ମେଡିକାଲରେ ଭର୍ତ୍ତି କରିଛନ୍ତ। ଘୋଟିଆରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେଶନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ନାରାୟଣପୁରରୁ ଦନ୍ତଓ୍ବୋଡା ଅଭିମୁଖେ ଏକ ବୋଲେରୋରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଯାଉଥିଲେ। ଏହି ସମୟରେ ସୁରକ୍ଷାବାହିନୀ ଓ ପୋଲିସକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମାଓବାଦୀଙ୍କ ପକ୍ଷରୁ ଲ୍ୟାଣ୍ଡମାଇନ୍‌ ଖଞ୍ଜା ଯାଇଥିଲା। ଦୁର୍ଭାଗ୍ୟବଶତଃ ସେହି ବାଟ ଦେଇ ବୋଲେରୋଟି ଯିବାରୁ ବିସ୍ଫୋରଣ ଘଟିଥିଲା ବୋଲି ଦାନ୍ତଓ୍ବୋଡା ଏସ୍‌ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି।

Share