Categories: ଜାତୀୟ

ଭୂସ୍ଖଳନ ଯୋଗୁ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍‌-କାର୍‌, ଉଦ୍ଧାର କାର୍ଯ୍ୟରେ ସେନା…

ଚାମୋଲି,୧୧।୮: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ବସ ଏବଂ କାର ମାଟି ତଳେ ଦବି ଯାଇଛି। ୪୦ରୁ ଅଧିକ ଲୋକଙ୍କ ସହିତ ସ୍ଥଳଭାବରେ ଯୋଗାଯୋଗା ବିଚ୍ଛିନ୍ନ ହୋଇ ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନାର ସହାୟତା ଲୋଡା ଯାଇଛି।
ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶର କିନ୍ନୋରଠାରେ ଭୂସ୍ଖଳନ ଘଟିଛି। ଯାତ୍ରୀବାହୀ ବସ ମାଟିତଳେ ଦବି ହୋଇ ରହିଯାଇଛି। ଆବର୍ଜନାରେ ପୋତି ହୋଇଗଲା। ଏହା ସହିତ ଦୁଇଟି କାର୍‌ ମଧ୍ୟ ମାଟି ଗଦାରେ ପୋତି ହୋଇ ଯାଇଛି। ଏହି ଘଟଣା କିନ୍ନୋର ଜିଲାର ଜାତୀୟକ ରାଜପଥର ଚୌରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାରତୀୟ ସେନା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ସହାୟତା ଲୋଡା ଯାଉଛି। ଯାତ୍ରୀବାହୀ ବସଟି କିନ୍ନୋରରୁ ଶିମଲା ଯାତ୍ରା କରୁଥିଲା। ପାହାଡ଼ରୁ କିଛି ପଥର ଖସି ପଡି ଜାତୀୟ ରାଜପଥକୁ ଅବରୋଧ କରି ଦେଇଥିବା ସ୍ଥାନୀୟ ପ୍ରଶାସନ କହିଛି। ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ଏଥିରେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏକ ବିବୃତ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଏବଂ ସ୍ଥାନୀୟ ଅଧିକାରୀଙ୍କୁ ଶୀଘ୍ର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଲଗାତାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିବା କୁହାଯାଉଛି।

Share