ବାୟାପଡ଼ା ଘାଟିରେ ଭୂସ୍ଖଳନ

କୋରୁକୋଣ୍ଡା,୨୦ା୭(ଅବିନାଶ ବେହେରା): ମାଲକାନଗିରି ଜିଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଆଜି ପ୍ରବଳ ବର୍ଷା ଯୋଗୁ ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁ ପଞ୍ଚାୟତର ବାୟାପଡ଼ା ଘାଟିରେ ଭୁସ୍କଳନ ହୋଇଛି। ଯାହା ଫଳରେ ପଞ୍ଚାୟତର ବାୟାପଡ଼ା ସମେତ ୧୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

Share