ଚାଇନାରେ ଭୂସ୍ଖଳନ: ୧୪ ମୃତ, ୫ ନିଖୋଜ…

ବେଜିଂ,୪।୬ : ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ଭୂସ୍ଖଳନରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି। ଚାଇନାର ରାଜ୍ୟ ଗଣମାଧ୍ୟମ ସିସିଟିଭି ରବିବାର ଏହି ସୂଚନା ଦେଇଛି।
ସିସିଟିଭି କହିଛି ରବିବାର ଦିନ ପ୍ରାୟ ସକାଳ ୬ ଟା ସମୟରେ ସିଚୁଆନ ପ୍ରଦେଶର ଲେଶାନ ସହର ନିକଟ ଏକ ପାର୍ବତ୍ୟ ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ୧୮୦ରୁ ଅଧିକ ଉଦ୍ଧାର କର୍ମଚାରୀଙ୍କୁ ଉକ୍ତ ସ୍ଥାନକୁ ପଠାଯାଇଛି।

ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଣିପାଗ ଟ୍ରାକିଂ ତଥ୍ୟ ସୂଚାଇ ଦେଇଛି ଘଟଣାର ଦୁଇ ଦିନ ପୂର୍ବରୁ ଲେଶନ ସହରରେ ପ୍ରବଳ ବର୍ଷା ହୋଇଥିଲା।

Share