Categories: ଜାତୀୟ

କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ

ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।

ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ତେବେ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଏନ୍‌ଏଚ୍‌ ଟିମ୍‌, ନୌସେନା, ତଟରକ୍ଷୀ ବାହିନୀ, ଅଗ୍ନିଶମ ସେବା, ସ୍ଥାନୀୟ ପୋଲିସ, ସମସ୍ତେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Share