ଭୂସ୍ଖଳନରେ ମାଟିତଳେ ପୋତି ହୋଇଗଲେ କ୍ରିକେଟ ଖେଳୁଥିବା ଛୋଟ ଛୋଟ ପିଲା, ୮ ମୃତ

ଇସଲାମାବାଦ,୭।୭: ଉତ୍ତର ପଶ୍ଚିମ ପାକିସ୍ତାନର ଖେବର ପଖତୁନଖ୍ବା ଅଞ୍ଚଳର ପାହାଡିଆ ସ୍ଥାନରେ ଭୂସ୍ଖଳନ କାରଣରୁ ଗୁରୁବାର ୮ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି କି ଶଂଗଲା ଜିଲାର ମାର୍ଟୁଂଗ ଅଞ୍ଚଳରେ ପ୍ରାୟ ୯-୧୪ ଜଣ ଶିଶୁ କ୍ରିକେଟ ଖେଳୁଥିଲେ। ଏହି ସମୟରେ ଭୂସ୍ଖଳନ ହେବାରୁ ସମସ୍ତେ ମାଟିତଳେ ପୋତି ହୋଇଯାଇଥିଲେ। ଏମାଙ୍କର ବୟସ ୧୨-୧୪ ବର୍ଷ ମଧ୍ୟରେ ହେବ। ଏବେ ସୁଦ୍ଧା ଜଣେ ଶିଶୁ ନିଖୋଜ ଥିବା କୁହାଯାଉଛି।
ଭୂସ୍ଖଳନର ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ସହ ପିଲାମାନଙ୍କୁ ମାଟିତଳୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ବଡ ବଡ ମେଶିନ ବ୍ୟବହାର କରାଯାଇଛି। ଏହାସହ ସ୍ଥାନୀୟ ପ୍ରଶାସନ ହସ୍ପିଟାଲରେ ଏମରଜେନ୍ସି ଘୋଷଣା କରିଛନ୍ତି।

Share