Categories: ଜାତୀୟ

ମେଘାଳୟ ସୋନାପୁର ଟନେଲରେ ଭୂସ୍ଖଳନ…

ଶିଲଂ,୨୬।୮ : ମେଘାଳୟର ସୋନାପୁର ଟନେଲରେ ପୁଣି ଥରେ ଭୂସ୍ଖଳନ ଘଟିଛି। ଟନେଲରେ ଭୂସ୍ଖଳନ ଯୋଗୁୁ ଶହ ଶହ ଗାଡି ଫସି ରହିଛନ୍ତି। ଗତ କିଛି ଦିନ ହେବ ଲଗାତାର ବର୍ଷା ହେବା ଦ୍ୱାର ଏହି ଭୂସ୍ଖଳନ ଘଟିଛି।

ସୋନାପୁର ଟନେଲରେ ଭୂସ୍ଖଳନ ଘଟଣା ଯୋଗୁଁ ବାରକ ଉପତ୍ୟକା ଏବଂ ଏହାର ନିକଟବର୍ତ୍ତୀ ରାଜ୍ୟ ମିଜୋରାମ, ମଣିପୁର ଏବଂ ତ୍ରିପୁରାକୁ ବାକି ଦେଶରୁ ବିଛିନ୍ନ ହୋଇଯାଇଛି। ମେଘାଳୟର ପିଡବ୍ଲୁଡି ବିଭାଗ ଏୂଏଚ-୬କୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରିବା ଆରମ୍ଭ କରିଛି, କିନ୍ତୁ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ଚଳିତ ମୌସୁମୀରେ ତୃତୀୟ ଥର ପାଇଁ ମେଘାଳୟର ସୋନାପୁର ଟନେଲରେ ଭୂସ୍ଖଳନ ଘଟିଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁନ ମାସରେ ମେଘାଳୟର ସୋନାପୁର ଟନେଲରେ ଦୁଇଥର ଭୂସ୍ଖଳନ ହୋଇଥିଲା। ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଦ୍ୱାରା ସିଲଚର-ବଦରପୁର-ଶିଲଂକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଥିବା ସୋନାପୁର ଟନେଲ ନିକଟରେ ଟ୍ରାଫିକ ଚଳାଚଳ ବ୍ୟାହତ ହୋଇଛି।

ସୂଚନାନୁସାରେ, ମେଘାଳୟର ସୋନାପୁର ଟନେଲର ସମ୍ମୁଖ ଭାଗ ମାଟି ଦ୍ୱାରା ଆଚ୍ଛାଦିତ ହୋଇଛି। ଫଳସ୍ବରୂପ, ଶହ ଶହ ଯାନବାହନ ଟନେଲର ଉଭୟ ପାର୍ଶ୍ୱରେ ଅଟକି ରହିଛି।

 

 

Share