Categories: ଜାତୀୟ

ଓ୍ବାୟନାଡରେ ଭୂସ୍ଖଳନ: ପାଣିରେ ଭାସିଯାଉଛି ମୃତଦେହ, ପ୍ରକୃତି ତାଣ୍ଡବର ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ଓ୍ବାୟନାଡ,୩୦।୭: ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ଶତାଧିକ ଲୋକ ମାଟି ତଳେ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟଜାରି ରହିଛିି। ତେବେ ଏହି ଭୂସ୍ଖଳନର ଅନେକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟି ଅତ୍ୟନ୍ତ ଭୟଙ୍କର। ଯେଉଁଥିରେ ପାଣିରେ ମୃତଦେହ ଭାସି ଯାଉଥିବାର ରୋମଟାଙ୍କୁରା ଭିଡିଓ ଦେଖିବାକୁ ମିଳିଛି।

ଖବର ସରବାରହ ସଂସ୍ଥା ଏଏନଆଇ ଅନୁଯାୟୀ, କେରଳର ୱାୟନାଡରେ ଭୂସ୍ଖଳନ ହେତୁ ୮୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୧୬ ଜଣ ଆହତ ହୋଇଥିବା କେରଳ ରାଜସ୍ବ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଅଧିକାରୀଙ୍କ ଅନୁଯାୟୀ ପ୍ରାୟ ୨୫୦ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖାଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଲାପୁରାମର ଚଲିୟର ନଦୀରେ ଅନେକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। କେରଳ କଂଗ୍ରେସ ମଧ୍ୟ କିଛି ଚିତ୍ର ପୋଷ୍ଟ କରିଛି ଯେଉଁଥିରେ ବହୁ ସଂଖ୍ୟକ ଭଙ୍ଗା ଗଛ ଦେଖାଯାଉଛି। ଘଟଣା ସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛିି।

Share