ଦଶମନ୍ତପୁର,୧୩ା୯ (ଡି.ଏନ. ଏ.):ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ଛକଠାରୁ ମୁର୍କାର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅଧିକଂଶ ସମୟ ମାଟି ଧସି ରାସ୍ତା ଅବରୋଧ ହେଉଛି। ଫଳରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂର ଗୌଡ ବାରିକଣ୍ଟା ଗ୍ରାମ ନିକଟରେ ଏଭଳି ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ଡ୍ରେନେଜ ବ୍ୟବସ୍ଥା ନ ଥିବା ଯୋଗୁ ବର୍ଷା ଦିନେ ମାଟି ଧଶୁୁଛି। ଫଳରେ ପ୍ରତେହ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି। ଏହି ରାସ୍ତା ଉପରେ ମୁର୍କାର ପଞ୍ଚାୟତବାସୀଙ୍କ ସମେତ ଦଶମନ୍ତପୁର, ଲକ୍ଷ୍ମୀପୁର ଅଞ୍ଚଳବାସୀ ମଧ୍ୟ ନିର୍ଭର କରନ୍ତି। ଆର୍ଡି ବିଭାଗ ଦାୟିତ୍ୱରେ ଥିବା ଏହି ରାସ୍ତା ସମ୍ପର୍କରେ କନିଷ୍ଠଯନ୍ତ୍ରୀ ଦୁର୍ଗା ଚରଣ ମର୍ଣ୍ଡିଙ୍କୁ ପଚାରିବାରୁ ସେ କହିଲେ ଖୁବ ଶୀଘ୍ର ମରାମତି କରି ରାସ୍ତା ସମସ୍ୟା ସମାଧାନ କରାଯିବ।