ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ: କଙ୍ଗୋରେ ୧୭ ମୃତ…

କିନଶାସା,୧୮।୯ : ଉତ୍ତର-ପଶ୍ଚିମ କଙ୍ଗୋରେ ପ୍ରବଳ ବାଦଲ ପଟା ବର୍ଷା ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ କହିଛନ୍ତି ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି।

ଅନେକ ଘର ଭୁଶୁଡି ପଡିଛି ଏବଂ କିଛି ଲୋକ ଆବର୍ଜନା ତଳେ ଦବି ରହିଥିବାର ଆଶଙ୍କା ରହିଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେଶନ କରୁଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା ମୋଙ୍ଗଲା ପ୍ରଦେଶର ଲିସଲେ ସହରର କଙ୍ଗୋ ନଦୀ କୂଳରେ ଘଟିଛି। ମୃତକମାନେ ପର୍ବତ ପାଦଦେଶରେ ନିର୍ମିତ ଘରେ ରହୁଥିଲେ। ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ବର୍ଜ୍ୟବସ୍ତୁ ସଫା କରିବା ଏବଂ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯନ୍ତ୍ରପାତିର ଆବଶ୍ୟକତା ରହିଛି ବୋଲି ପ୍ରଦେଶର ରାଜ୍ୟପାଳ କହିଛନ୍ତି।

ରାଜ୍ୟପାଳ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇବା ସହ ସମଗ୍ର ପ୍ରଦେଶରେ ତିନି ଦିନ ଶୋକ ଘୋଷଣା କରିଛନ୍ତି।

Share