ଘରେ ଉତ୍ସବ ଚାଲିଥିବା ବେଳେ ଭୂସ୍ଖଳନ: ୧୪ ମୃତ, ୩ ନିଖୋଜ

ଜାକର୍ତ୍ତା,୧୪ା୪: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରେ ଏକ ଉତ୍ସବ ଚାଲିଥିବା ସମୟରେ ଭୂସ୍ଖଳନ ହୋଇଥିଲା। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ରାତିରେ ତାନା ତୋରଜା ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ଆଖପାଖ ପାହାଡ଼ ଖସି ଘର ଉପରେ ପଡ଼ିଥିଲା।

Share