ମ୍ୟାନ୍‌ମାରରେ ଭୂସ୍ଖଳନ, ୩୦ରୁ ଊର୍ଦ୍ଧ୍ୱ ନିଖୋଜ

ବ୍ୟାଙ୍କକ୍‌,୧୪ା୮: ମ୍ୟାନ୍‌ମାରର ଏକ ଖଣିରେ ଭୂସ୍ଖଳନ ଘଟି ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏନେଇ ସୋମବାର ଜଣେ ଉଦ୍ଧାର ଅଧିକାରୀ ସୂଚନା ଦେଇଛନ୍ତି।
ମ୍ୟାନ୍‌ମାରର ବୃହତ୍ତମ ସହର ୟାଙ୍ଗୋନଠାରୁ ପ୍ରାୟ ୯୫୦ କିଲୋମିଟର ଦୂର ଉତ୍ତରରେ କାଚିନ ରାଜ୍ୟର ଏକ ଦୂର ପର୍ବତ ସହର ହପାକାଣ୍ଟରେ ଏହି ଘଟଣା ଘଟିଛି। ଏହି ଭୂସ୍ଖଳନରେ ବିଶ୍ୱର ବୃହତ୍ତମ ଏବଂ ସବୁଠାରୁ ଲାଭଜନକ ଜାଡେ ଖଣି ରହିଛି।

Share