Categories: ଜାତୀୟ

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୩ ମୃତ

ରୁଦ୍ରପ୍ରୟାଗ,୯।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଫଳରେ ଗୋଟିଏ ତିନି ମହଲା ହୋଟେଲ ମାଟିରେ ମିଶିବା ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୭ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା କାରଣରୁ ସହରର ରାମପୁର ମାର୍କେଟ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା। ଘଟଣାବେଳେ ସ୍ଥାନୀୟ ଲୋକେ ସେଠାରେ ଉପସ୍ଥିତ ଥିଲେ। ତେବେ ହୋଟେଲ ଭୁଶୁଡ଼ିବା ପରେ ଲୋକେ ଦୌଡିବାରେ ଲାଗିଥିଲେ। ଅପରପକ୍ଷେ ଭୂସ୍ଖଳନ ପୂର୍ବରୁ ଏହି ହୋଟେଲ ସହ ସ୍ଥାନୀୟ ଅଞ୍ଚଳରେ ଥିବା ଘର ଓ ରାସ୍ତାକୁ ଖାଲି କରାଯାଇଥିବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକା ଯାଇପାରିଥିଲା।

Share