ନେପାଳରେ ବର୍ଷା ସହ ଭୂସ୍ଖଳନ

କାଠମାଣ୍ଡୁ,୧୪।୭: ନେପାଳରେ ଗତ ୪ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଜାରି ରହିଛି। ଏଥିଯୋଗୁ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ପଶ୍ଚିମ ନେପାଳର ମିଆଗ୍‌ଡି ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସ୍ଥାନୀୟ ସ୍କୁଲ ଓ କମ୍ୟୁନିଟି ସେଣ୍ଟରଗୁଡ଼ିକୁ ଆଶ୍ରୟସ୍ଥଳୀ କରାଯାଇ ଲୋକମାନଙ୍କୁ ରଖାଯାଇଛି। ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି ଚାଲିଛି। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ପୋଲ ଭାଙ୍ଗିଯିବାରୁ ଲୋକମାନଙ୍କ ଘରଦ୍ୱାର ଭସାଇ ନେଇଥିଲା। ନେପାଳର ନାରାୟଣୀ ଓ ଅନ୍ୟ କେତେକ ନଦୀରେ ବନ୍ୟା ଦେଖାଦେଇଛି। ଚଳିତ ସପ୍ତାହରେ ଆସାମରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

Share