Categories: ଜାତୀୟ

ଲାପ୍ରୋସ୍କୋପିକ୍‌ ସର୍ଜରି ଜନକ ଡା. ଟେହେମ୍‌ଟନଙ୍କ ବିୟୋଗ

ମୁମ୍ବାଇ, ୯।୧:ଲାପ୍ରୋସ୍କୋପିକ୍‌ ସର୍ଜରିର ଜନକ ଭାବେ ଜଣାଯାଉଥିବା ଡା. ଟେହେମଟୋନ ଇ. ଉଦଗାଡିୟାଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଟେହେମ୍‌ଟନ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

୨୦୧୭ରେ ଟେହେମ୍‌ଟନଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ଟେହେମ୍‌ଟନଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଲାପ୍ରୋସ୍କୋପି ପାଇଁ ସେ ଚାରିଆଡେ ପରିଚିତି ହାସଲ କରିଥିଲେ। ତେବେ ରବିବାର ଡୁଙ୍ଗରଓ୍ବାଡ଼ିରେ ଟେହେମ୍‌ଟନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Share