Advertisement

ଆଉ ନାହାନ୍ତି ‘ଲାପତାଗଞ୍ଜ’ ଅଭିନେତା ଅରବିନ୍ଦ

ବମ୍ବେ: ଆଉ ନାହାନ୍ତି ଅଭିନେତା ଅରବିନ୍ଦ କୁମାର। ଜୁଲାଇ ୧୨ରେ ହୃଦ୍‌ଘାତରେ ସେ ଆଖି ବୁଜିଛନ୍ତି। ଟେଲିଭିଜନର ଲୋକପ୍ରିୟ ଶୋ’ ‘ଲାପତାଗଞ୍ଜ’ ରେ ସେ ଚୌରାସିଆ ଭୂମିକାରେ ନଜର ଆସୁଥିଲେ। ଏବେ ତାଙ୍କ ବିୟୋଗରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି।

ଶୋ’ର ଲେଖକ ଅଶ୍ୱିନ ଧୀର ଅଭିନେତାଙ୍କ ମୃତ୍ୟୁ ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରି କହିଛନ୍ତି, ମୁଁ ଅରବିନ୍ଦଙ୍କୁ ଲଗାତାର ଭାବେ ନିଜ ପ୍ରୋଜେକ୍ଟରେ କାମ ଦେଉଥିଲି। କାରଣ ତାଙ୍କର ଟଙ୍କା ପଇସାର ଅଭାବ ରହୁଥିଲା। ମୋର ଆଗାମୀ ଫିଲ୍ମରେ ମଧ୍ୟ ସେ ୪ ରୁ ୫ ଦିନ ଶୁଟିଂ କରିଛନ୍ତି। ଲୋନାଓ୍ବଲାରେ ଥିବା ବେଳେ ତାଙ୍କୁ ଅଭିନେତାଙ୍କ ମୃତ୍ୟୁ କଥା ଜଣାପଡ଼ିଥିଲା। ଷ୍ଟୁୂଡିଓରେ କାମ କରିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା।

ଅଭିନେତା ଅରବିନ୍ଦଙ୍କ ଜନ୍ମ ଉତ୍ତରପ୍ରଦେଶର ଶାମଲୀରେ ହୋଇଥିଲା। ୧୯୯୮ରେ ସେ ଥିଏଟର ଅଭିନେତା ଭାବେ କାମ କରିଥିଲେ। ଏହାପରେ ସେ ନାଟକରେ କାମ କରିଥିଲେ। ଅଭିନୟରେ କ୍ୟାରିୟର କରିବା ଲାଗି ୨୦୦୪ରେ ସେ ମୁମ୍ବାଇ ଆସିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share