ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ ଏବେ ୨୯ଟି ଭାରତୀୟ ଫିଲ୍ମକୁ ମାତ୍‌ ଦେଇ ଓସ୍କାରର ପ୍ରଥମ ସୋପାନରେ ପ୍ରବେଶ କରିଛି।

ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମାଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା। ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଓସ୍କାର ବିଶ୍ୱର ସବୁଠାରୁ ସମ୍ମାନଜନକ ପୁରସ୍କାର ବିତରଣ ସମାରୋହରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏକାଡେମୀ ଅଫ୍‌ ମୋଶନ ପିକ୍ଚର୍‌ ଆର୍ଟ ଆଣ୍ଡ ସାଇନ୍ସ ପୁରସ୍କାର କାର୍ଯ୍ୟର ୯୬ ତମ ସଂସ୍କରଣ ଘୋଷଣା କରିଛି। ଏକାଡେମୀ ଅଫ ମୋଶନ ପିକ୍ଚର୍‌ ଆର୍ଟ ଆଣ୍ଡ ସାଇନ୍ସ ଏବଂ ଏବିସି ଘୋଷଣା କରିଛି ଯେ, ୯୬ତମ ଓସ୍କାର ରବିବାର, ୧୦ ମାର୍ଚ୍ଚ ୨୦୨୪ରେ ହେବ। ଓଭେସନ ଓଲିଉଡ୍‌ର ଡଲବି ଥିଏଟରରେ ଏହି ଶୋ ’ଅନୁଷ୍ଠିତ ହେବ। ଏହା ଏବିସିରୁ ବିଶ୍ୱର ୨୦୦ରୁ ଅଧିକ ଦେଶରେ ସିଧା ପ୍ରସାରଣ ହେବ। ଓସ୍କାର ଘୋଷଣା ପରଠାରୁ ଏହି ଦୌଡ଼ରେ ଅନ୍ତର୍ଭୁକ୍ତ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ଭାରତୀୟ ଫିଲ୍ମ ଓସ୍କାର ୨୦୨୪ପାଇଁ ଦୌଡ଼ରେ ଅଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥିରେ ୨୬୫ଟି ଫିଲ୍ମ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

୧୦ ଫୁଟ ତଳକୁ ଖସିପଡ଼ିଲା କାର୍‌: ବାଇକ୍‌ ଶୋ’ରୁମ୍‌ ମ୍ୟାନେଜରଙ୍କ ମୃତ୍ୟୁ,ଡ୍ରାଇଭର ଗୁରୁତର

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥ ସୁକନ୍ୟା ଢାବା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୦ ଫୁଟ...

ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ

କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image