ଝିଅ ଜନ୍ମ ହେବା ପୂର୍ବରୁ ସ୍ବାମୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଲାରା, ୧୦ ବର୍ଷ ପରେ ବି ମାନୁଛନ୍ତି

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାହ ଅଧିକ ଦିନ ତିଷ୍ଠି ରହିବା ସହଜ କଥା ନୁହେଁ। ଏଠାରେ ପ୍ରତିଦିନ ଦମ୍ପତିଙ୍କ ବ୍ରେକଅପ ଖବର ପଦାକୁ ଆସେ। ଏଭଳି ପରିବେଶରେ ଲାରା ଦତ୍ତା ଏବଂ ମହେଶ ଭୂପତିଙ୍କ ଯୋଡି ଟିକିଏ ଅଲଗା । ବିବାହର ୧୧ ବର୍ଷ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଦୃଢ ରହିଛି। ଭଲ ସ୍ବାମୀ ଏବଂ ସ୍ତ୍ରୀ ହେବା ବ୍ୟତୀତ ଉଭୟ ଭଲ ମାତାପିତା ମଧ୍ୟ ଅଟନ୍ତି। ଝିଅ ସାଇରାଙ୍କ ଜନ୍ମ ପରଠାରୁ ଆଜି ପର୍ଯ୍ୟନ୍ତ ଦୁହେଁ ତାଙ୍କୁ ଏକାଠି ବଢାଇଛନ୍ତି ଏବଂ ସମ୍ପୂର୍ଣ୍ଣ ସମୟ ଦେଇଛନ୍ତି। କେବଳ ଏତିକି ନୁହେଁ, ଝିଅ ଜନ୍ମ ପୂର୍ବରୁ ଲାରା ମହେଶଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହା ଉଭୟ ଆଜି ପର୍ଯ୍ୟନ୍ତ ପାଳନ କରୁଛନ୍ତି।
ଏକ ସାକ୍ଷାତକାରରେ ଲାରା ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଥିଲେ ଯେ ଝିଅର ଜନ୍ମ ପୂର୍ବରୁ ସେ ମହେଶଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ମାତାପିତାଙ୍କ ମଧ୍ୟରୁ ଜଣେ ସର୍ବଦା ପିଲା ସହ ରହିବେ। ଆଜି, ଦଶ ବର୍ଷ ପରେ ମଧ୍ୟ, ଦୁହେଁ ଏହି ପ୍ରତିଶ୍ରୁତି ପାଳନ କରୁଛନ୍ତି। ଜଣେ କାମକୁ ଗଲେ, ଅନ୍ୟ ଜଣେ ଝିଅ ପାଖରେ ରୁହନ୍ତି। ଲାରା ଦତ୍ତା ଏବଂ ଟେନିସ ଖେଳାଳି ମହେଶ ଭୂପତି ୨୦୧୧ ମସିହାରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ସନ୍ତାନ ସାଇରା ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ଜାନୁୟାରୀ ୨୦୧୨ରେ ଜନ୍ମ ହୋଇଥିଲେ।

Share