Posted inଫୁରସତ

ବୃହତ୍‌ ପ୍ରାଣୀ

ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ପ୍ରାଣୀଙ୍କୁ ଦେଖୁ। ସେମାନଙ୍କ ଆକାର ଏବଂ ପ୍ରକାରକୁ ନେଇ ମନ ଭିତରେ ଏକ ନିର୍ଦ୍ଦିଷ୍ଟ ଛବି ମଧ୍ୟ ରହିଯାଇଥାଏ। ହେଲେ ପୃଥିବୀରେ ସେଭଳି ପ୍ରାଣୀମାନଙ୍କର ସର୍ବବୃହତ୍‌ ପ୍ରଜାତି ରହିଛି, ଯାହା ବିଷୟରେ ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜାଣିବା ସେଭଳି କେତେକ ବୃହତ୍‌ ପ୍ରାଣୀଙ୍କ ସମ୍ପର୍କରେ…

ସବୁଠୁ ବଡ଼ ସାପ; ଗ୍ରୀନ୍‌ ଆନାକୋଣ୍ଡା: ଏହା ହେଉଛି ପୃଥିବୀର ସବୁଠୁ ବଡ଼ ସାପ, ଯାହାର ଲମ୍ବ ୩୦ ଫୁଟ୍‌ ହୋଇଥିବା ବେଳେ ଓଜନ ପ୍ରାୟ ୫୫୦ ପାଉଣ୍ଡ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ତେବେ ଅଣ୍ଡିରା ସାପ ତୁଳନାରେ ମାଈ ସାପର ଲମ୍ବ ଅଧିକ ହୋଇଥାଏ। ଏହି ସାପ ବ୍ରାଜିଲର ସନ୍ତସନ୍ତିଆ ସ୍ଥାନରେ ଏବଂ ଆମାଜନ୍‌ ରେନ୍‌ଫରେମଷ୍ଟରେ ଦେଖାଯାଆନ୍ତି। ସେମାନେ ବନ୍ୟ ଜୀବଜନ୍ତୁଙ୍କୁ ନିଜ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି।
ବଡ଼ ଗାଈ; ଚିଆନିନା: ଇଟାଲୀର ଟସ୍କାନିରେ ଦେଖିବାକୁ ମିଳୁଥିବା ଏହି ଗାଈ ୨ ମିଟର ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ବେଳେ ଓଜନ ୧୭୦୦ କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ୱ, ଯେଉଁଥିପାଇଁ ଏହା ଉଭୟ ଓଜନ ଏବଂ ଉଚ୍ଚତାରେ ପୃଥିବୀର ସବୁଠୁ ଗାଈ ପ୍ରଜାତି। ଏହାକୁ ମୁଖ୍ୟତଃ ମାଂସ ପାଇଁ ପାଳନ କରାଯାଏ।
ବଡ଼ ବେଙ୍ଗ; ଗୋଲିଆଥ୍‌ ବୁଲ୍‌ଫ୍ରଗ୍‌: ବର୍ଷାଦିନେ ନଈ, ପୋଖରୀ, ବିଲ କିମ୍ବା ରାସ୍ତାକଡ଼ରେ ଛୋଟରୁ ବଡ଼ ଅନେକ ଆକାରର ବେଙ୍ଗ ଦେଖିଥିବେ। ହେଲେ ଭାବିଛନ୍ତି କି ବେଙ୍ଗ କେବେ ୩୨ ସେଣ୍ଟିମିଟର ଲମ୍ବର ବି ହୋଇପାରେ। ଆଶ୍ଚର୍ଯ ଲାଗୁଥିଲେ ବି ଏହା ସତ। ପୃଥିବୀର ସବୁଠୁ ବଡ଼ ପ୍ରଜାତିର ଏହି ବେଙ୍ଗର ନାମ ହେଉଛି ଗୋଲିଆଥ୍‌ ବୁଲ୍‌ଫ୍ରଗ୍‌। ଏହାର ଓଜନ ପାଖାପାଖି ୩.୩ କିଲୋଗ୍ରାମ୍‌। ଏହି ବେଙ୍ଗ ପଶ୍ଚିମ ଆଫ୍ରିକାରେ ଦେଖାଯାଆନ୍ତି। ସେଠାରେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ।
ବିଶାଳ ମାଛ; ହ୍ବେଲ୍‌ ଶାର୍କ: ଏହା ହେଉଛି ପୃଥିବୀର ସବୁଠୁ ବଡ଼ ମାଛ, ଯାହାର ଲମ୍ବ ପ୍ରାୟ ୧୨ ଫୁଟ୍‌। ସେମାନଙ୍କ ଦାନ୍ତ ଖୁବ୍‌ ଛୋଟ ହୋଇଥିବାରୁ ସେମାନେ କାମୁଡ଼ି କିମ୍ବା ଚୋବାଇ ଖାଇପାରନ୍ତି ନାହିଁ। ତେଣୁ ସେମାନେ ଛୋଟ ମାଛ ଏବଂ ଜଳଚର ଜୀବ ଗିଳିଥା’ନ୍ତି। ଏହି ମାଛର ବୟସସୀମା ପ୍ରାୟ ୧୫୦ ବର୍ଷ। ତେବେ ମାତ୍ର ୧୦ ପ୍ରତିଶତ ମାଛ ହିଁ ଏତେ ବଡ଼ ହେବା ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ...

ସମୁଦ୍ରରେ ଚାଲୁଥିଲା ନିଶାର ଭୟଙ୍କର ଖେଳ! ୧୮୦୦ କୋଟିର ମାଲ ଦେଖି ଚମକି ପଡିଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୧୪।୪: ଭାରତର ଯୁବ ପିଢ଼ି ଏବଂ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଦେଶର ଶତ୍ରୁମାନେ ନିରନ୍ତର ଅନେକ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଏହି ଷଡ଼ଯନ୍ତ୍ରଗୁଡ଼ିକରେ...

ତିରୁମାଲା ମନ୍ଦିରରେ ସବୁ କେଶ ଦାନ କଲେ ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କ’ଣ ରହିଛି କାରଣ

ଅମରାବତି,,୧୪।୪: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ...

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୪: ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା...

ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ...

ପର୍ଯ୍ୟଟନ ବିକାଶରେ ସହାୟକ ଅଞ୍ଜୀ ଖଡ୍ଡ ରେଳ ବ୍ରିଜ୍‌

ଭୁବନେଶ୍ୱର,୧୪ା୪(ଅନୁରାଧା ମହାରଣା): ଭାରତର ପ୍ରଥମ କେବୁଲ ରେଳ ବ୍ରିଜ ଭାବେ ପରିଚିତ ଅଞ୍ଜୀ ଖଡ୍ଡ ବ୍ରିଜ୍‌ ଚେନାବ ବ୍ରିଜ୍‌ର ଦକ୍ଷିଣରେ ଥିବା ଅଞ୍ଜୀନଦୀର ଗଭୀରତାକୁ ବିସ୍ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image