କୋଲକାତା,୨୧।୩ : ଦେଶରେ କୋଭିଡ୍-୧୯ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ରୋକିବା ପାଇଁ ଲୋକଙ୍କୁ ଉଚିତ ମାନସିକତା ଆପଣେଇବା ସହ ଶୀଘ୍ର ଭାକ୍ସିନ ନେବାକୁ ପଡ଼ିବ। ନ ହେଲେ କରୋନା ପୁଣି ଥରେ ସାଙ୍ଘାତିକ ରୂପ ନେବ। ଏହା କହି ଚେତାଇ ଦେଇଛନ୍ତି ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ମୁଖ୍ୟ ଡ. ରନଦୀପ ଗୁଲେରିଆ।
ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଓ ଭାଇରସର ନୂଆ ଭାରିଆଣ୍ଟ ବର୍ତ୍ତମାନ କରୋନାର ବୃଦ୍ଧି ପାଇଁ ଦାୟୀ। ମହମାରୀ ଶେଷ ହୋଇଯାଇଥିବା ବର୍ତ୍ତମାନ ଲୋକେ ଭାବୁଛନ୍ତି। କାରଣ ଭାକ୍ସିନ ଉପଲବ୍ଧ ହୋଇଗଲାଣି। ଏଣୁ ସେମାନେ ମାସ୍କ ପିନ୍ଧୁ ନାହାନ୍ତି। ଆଉ ବଡ଼ ସଂଖ୍ୟାରେ ଏକତ୍ରିତ ହେଉଛନ୍ତି। ବହୁ ଇଭେଣ୍ଟ ଏବେ ସୁପର ସ୍ପ୍ରେଡିଂ ଇଭେଣ୍ଟ ପାଲଟିଛି ବୋଲି ଡ. ଗୁଲେରିଆ ଏକ ସାକ୍ଷାତ୍କାରରେ କହିଛନ୍ତି।