Categories: Uncategorized

ବଡ଼ ଧରଣ ବିସ୍ଫୋରଣ: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ଶ୍ରମିକ ଗୁରୁତର

ଭୁବନେଶ୍ୱର,୨୭।୯: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌-୧ ୟୁନଟ୍‌ରେ ଏହି ବିସ୍ଫୋରଣ ହୋଇଛି।  ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନେ ହେଲେ ହେମନ୍ତ କୁମାର ମେହର, ଭାଗବତ ମୁର୍ମୂ, ଜି.ବି କାଲୋ, କେ.କେ ବାରିକ ଓ ପ୍ରଦୀପ ଇକ୍କା ।
ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।