ହଜ ପାଇଁ ବିନା ମାସ୍କରେ ସୌଦି ଅରବ ପହଞ୍ଚୁଛନ୍ତି ମୁସଲମାନ, କରୋନା କଟକଣାରେ ଗତ ମାସରେ ହଟିଥିଲା କିଛି ପ୍ରତିବନ୍ଧକ

ମକ୍କା,୭ ।୭: ହଜ ପାଇଁ ବିଶ୍ୱର ସମସ୍ତ ପ୍ରାନ୍ତରୁ ହଜାର ହଜାର ମୁସଲମାନ ଭକ୍ତ ପବିତ୍ର ସ୍ଥଳ ସୌଦି ଅରବର ମକ୍କାରେ ପହଞ୍ଚୁଛନ୍ତି । କରୋନା ମହାମାରୀ ପରେ ସବୁଠାରୁ ବଡ ହଜ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ହଜ ଇସଲାମ ଧର୍ମର ୫ ସ୍ତମ୍ଭରୁ ଗୋଟିଏ ବୋଲି କୁହାଯାଏ । ବିଶ୍ୱର ସମସ୍ତ ସକ୍ଷମ ମୁସଲମାନଙ୍କ ପାଇଁ ଗୋଟିଏ ଥର ହଜ କରିବା କର୍ତ୍ତବ୍ୟ ବୋଲି କୁହାଯାଏ ।
ଅଲ ଜଜିରାର ଖବର ଅନୁଯାୟୀ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ହଜ ପାଇଁ ମକ୍କାର ବଡ ମସଜିଦ ପହଞ୍ଚି ପରମ୍ପରା ପାଳନ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଏପଟେ କରୋନା ମହାମାରୀକୁ ନେଇ ଥିବା କିଛି କଟକଣାକୁ ବି ହଟାଇ ଦିଆଯାଇଛି । ସେଥିମଧ୍ୟରୁ ମାସ୍କ ଗୋଟିଏ । ଚଳିତ ବର୍ଷ ଏପ୍ରିଲରେ ସୌଦି ଆରବ ଦେଶ ଓ ବିଦେଶରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ହଜ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛି ।

Share