କାଶୀପୁର,୨୮।୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ସାଇଜ କାଠ ଏବଂ ପଟ୍ଟା ଜବତ କରାଯାଇଛି। ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଏକ ଇଟା ଭାଟି ପରିସରର ଏକ ଘରେ ଗଚ୍ଛିତ ଥିବା ୨୦୫ ଖଣ୍ଡ ସାଇଜ କାଠ ଏବଂ ପଟ୍ଟା ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୯୫ ହଜାର ୬୬୦ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୁଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଚଢାଉ ବେଳେ ଘର ମାଲିକ ଏଲ୍.ଏନ୍. ସାହୁ ଫେରାର ଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି। ଚଢାଉରେ ଟିକିରି ସେକ୍ସନ ଇଜଚାର୍ଜ ଫରେଷ୍ଟର ଜିତେନ୍ଦ୍ର କୁମାର ମଲ୍ଲ, ଶଙ୍କରଡ଼ା ଫରେଷ୍ଟର ମୀନ କେତନ କୁମାର, ଲଳିତା ବିଡ଼ିକା, ପଦନା ନାଗ, ମେନକା ନାଏକ, ଜଗତ ମୋହନ ସାହୁ, ଖଗେଶ୍ୱର ମାଝୀ, ନିରଞ୍ଜନ ସରକା ପ୍ରମୁଖ ଉପସ୍ଥିତ ଥିଲେ। ଟିକିରି ଥାନାର ଏଏସ୍ଆଇ ସନ୍ତୋଷ ର୍ଶିକା ଚଢାଉରେ ସହଯୋଗ କରିଥିଲେ।