ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ ଜବତ: ୨ ଗିରଫ

କୋକସରା,୨୩।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ବୋବରିଆ ଛକରେ ଥିବା ଏକ ଢ଼ାବା ଓ କାଉଡୋଳା ଗ୍ରାମରେ ଶନିବାର ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଢ଼ାବାରୁ ବିପୁଳ ପରିମାଣର ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଢ଼ାବାରେ କାମ କରୁଥିବା କର୍ମଚାରୀ ଜୟପାଟଣା ବ୍ଲକ ଜୋର ଖଣ୍ଡିପଡାର ଜଗବନ୍ଧୁ ରାଉତ (୩୨) ଓ କାଉଡୋଳା ଗ୍ରାମର ରୁଦ୍ର ସତନାମୀ (୫୫)। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଢ଼ାବାରେ ବେଆଇନଭାବେ ମଦ ବ୍ୟବସାୟ ହେଉଥିବା ସୂଚନା ପାଇ କଳାହାଣ୍ଡି ଜିଲା ଅବକାରୀ ଏସ୍‌ପି ରଞ୍ଜନ କୁମାର ନାଏକ ଓ ଅବକାରୀ ଅଧିକ୍ଷକ ସାଗରିକା ପ୍ରଧାନଙ୍କ ନିର୍ଦ୍ଦେଶରେ କୋକସରା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିସହ ରୁଦ୍ରଙ୍କ ଗାଁ କାଉଡୋଳାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଉଭୟ ସ୍ଥାନରୁ ବିପୁଳ ପରିମାଣର ମଦ ଓ ୩୨୧୦ଶହ ଟଙ୍କା ଜବତ ହୋଇଥିଲା। ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ଆଇଆଇସି ସୁଧାଂଶୁ ମୁଣ୍ଡା, କୋକସରା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ, କନେଷ୍ଟବଳ ଖୁଶିରାମ କଟା, ନିରଞ୍ଜନ ବେହେରା, କର୍ଣ୍ଣ ବାଗ ଓ ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା...

ହୋମ୍‌ଗାର୍ଡ ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିଲେ ପରୀକ୍ଷାର୍ଥୀ, ଚିକିତ୍ସାଧୀନ ଅବସ୍ଥାରେ…

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା। ଏହି ପରୀକ୍ଷା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପରୀକ୍ଷା ପାଇଁ...

ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ...

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

ଦାମୋଦରପୁରରେ ମା’ ଦଣ୍ଡକାଳୀ ଉତ୍ସବ, ମନ ଜିଣିଲା ଉଷାରାଣୀଙ୍କ ଆଙ୍କରିଂ

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ଗ୍ରାମରେ ପ୍ରଥମ ମା ଦଣ୍ଡକାଳୀଙ୍କ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର କମାପାଲି ଦଣ୍ଡ ସକାଳେ...

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ...

ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା...

ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image