ସରପଞ୍ଚ ପ୍ରାର୍ଥୀଙ୍କ ଘରୁ ମିଳିଲା ବିପୁଳ ପରିମାଣର ମଦ, ସ୍ତ୍ରୀ ଗିରଫ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପିପିଲିମାଲ ପଞ୍ଚାୟତ ଅଧୀନ ମୋହନପୁର ଗ୍ରାମରେ ବେଲପାହାଡ଼ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ, ମହୁଲ ପୋଚ ଜବତ କରିଛି।

ଏହି ଘଟଣାରେ ଅବକାରୀ ବିଭାଗ ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦି ତାଇସୁନ, ବିଶାଙ୍ଗୀ ପୂର୍ତ୍ତି, ରାୟମଣୀ ହେମ୍ବ୍ରମ, ମାଳତୀ ଦିଗି, ଶାନସ ପୂର୍ତ୍ତି, ତୁଳସୀ ବବଙ୍ଗ, ଅସ୍ମିତା ସୁରେନ, ମାତିଲାଲ ସୁରେନ, ସତିଶ ହେମ୍ବ୍ରମ, ଗମିଆ ମୁଣ୍ଡା ପ୍ରମୁଖ ରହିଛନ୍ତି। ସେମାନଙ୍କୁ ମଧ୍ୟରୁ ଗିରଫ ଅଭିଯୁକ୍ତ ସତିଶ ଓ ଗାମିଆଙ୍କୁ ଅବକାରୀ ବିଭାଗ ୪୧ ସିଆର୍‌ପିରେ ଛାଡି ଦେଇଥିବା ବେଳେ ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା, ଯୋଗ୍ୟ, ମୋହନପୁର ଗ୍ରାମର ମଙ୍ଗଳ ଦିଗି ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ଅବକାରୀ ବିଭାଗ ତାଙ୍କ ଘରେ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ତାଙ୍କ ସ୍ତ୍ରୀ ମାଳତୀଙ୍କୁ ଗିରଫ କରିଛି। ଫଳରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share