
ସାଲେପୁର,୨୫।୩: କଟକ ଜିଲା ଜାହାଙ୍ଗୀରାବାଦ ଗାଁରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବିଜୟ ମହାନ୍ତିଙ୍କ ଘରେ ପଶି ଘରୁ ନଗଦ ୩୦ ଲକ୍ଷ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ବିଜୟଙ୍କ ପରିବାର ଲୋକେ ଖାଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ ଛାତ କବାଟ ଭାଙ୍ଗି ସିଡ଼ି ଘର ପଟେ ଭିତରକୁ ପଶି ଥିଲେ। ପରେ ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ବନ୍ଧୁକ ଲଗାଇ ୫୦ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଊଦ୍ଧର୍ବ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଜମି ବିକି ଝିଅ ବାହାଘର କରିବା ପାଇଁ ସୁନା ଏବଂ ଟଙ୍କା ଘରେ ରଖାଯାଇଥିଲା ବୋଲି ବିଜୟ କହିଛନ୍ତି। ତେବେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।