ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି।
ବିଏସ୍‌ଏଫ୍‌ ଯବାନମାନଙ୍କ ଗତିବିଧିକୁ ଲକ୍ଷରଖି ମାଓବାଦୀମାନେ ଏକ ବଡ଼ଧରଣର ଯୋଜନା କରି ବ୍ରିଜତଳେ ୭ଟି ଟିଫିନ୍‌ ବୋମା ଖଞ୍ଜିଥିଲେ। ମାତ୍ର ଏହି ଯୋଜନା ପଣ୍ଡ ହୋଇଯାଇଛି। ବିପଦ ଆସିବା ପୂର୍ବରୁ ପ୍ରଥମେ ସ୍ଥାନୀୟ ବିଏସ୍‌ଏଫ୍‌ମାନେ ସର୍ଚ୍ଚ ଅପରେଶନ ମାଧ୍ୟମରେ ଜାଣି ପାରିଥିଲେ। ପରେ ବିଏସଏଫ କମାଣ୍ଡାଣ୍ଟ ଓ ଏସ୍‌ପିଙ୍କୁ ଜଣାଇବା ପରେ ଜିଲାରୁ ଏକ ଟିମ୍‌ ଆସି ଟିଫିନ୍‌ ବୋମାକୁ ନିଷ୍କ୍ରିୟ କରିଛନ୍ତି।

Share