Categories: ଫୁରସତ

ସର୍ବବୃହତ୍‌ ଅଫିସ୍‌ ସୁରଟ ଡାଇମଣ୍ଡ ବୋର୍ସ

ସୁରଟ, ୨୦।୭: ଦୀର୍ଘ ୮୦ ବର୍ଷ ଧରି ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ହେଡ୍‌କ୍ୱାର୍ଟର୍ସ ବିଶ୍ୱର ସବୁଠୁ ବଡ଼ ଅଫିସ ମାନ୍ୟତା ପାଇଆସୁଥିବାବେଳେ ଗୁଜରାଟର ସୁରଟରେ ନିର୍ମିତ ଡାଇମଣ୍ଡ ବୋର୍ସ ବିଲ୍ଡିଂ ଏହି ସ୍ଥାନ ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ଏହା ସୁରଟ ଡାଇମଣ୍ଡ ଇଣ୍ଡଷ୍ଟ୍ରି ବିକାଶର ପ୍ରତୀକ। ଆଗାମୀ ଦିନରେ ଏହା ବ୍ୟବସାୟିକ ହବ୍‌ ପାଲଟିବ। ଏହା ଲୋକଙ୍କୁ ରୋଜଗାର ସୁଯୋଗ ଦେବା ସାଙ୍ଗକୁ ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ୧୫ ମହଲା ବିଶିଷ୍ଟ ଏହି ବିଲ୍ଡିଂ ମୋଟ ୩୫ ଏକର ଜମିରେ ନିର୍ମିତ। ଛାତର ଆୟତନ ୭.୧ ନିୟୁତ ସ୍କୋୟାର ଫୁଟ୍‌। ଏହି ବହୁତଳ ବିଶିଷ୍ଟ ବିଲ୍ଡିଂରେ କନ୍‌ଫରେନ୍ସ ହଲ୍‌, ରେଷ୍ଟୁରାଣ୍ଟ, ରୋଷେଇ ଗୃହ, ଡାଇନିଂ ହଲ୍‌, ନିଲାମ ଗୃହ, ବ୍ୟାଙ୍କିଙ୍ଗ୍‌ ସୁବିଧା ରହିଛି।

Share