Categories: ବାଣିଜ୍ୟ

ରସୁଲଗଡ଼ରେ ଶ୍ରୀଲେଦର୍ସର ସର୍ବବୃହତ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ଅଗ୍ରଣୀ ଫୁଟ୍‌ୱେର୍‌ ବ୍ରାଣ୍ଡ ‘ଶ୍ରୀଲେଦର୍ସ’ର ସର୍ବବୃହତ୍‌ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଓଡ଼ିଶା ବିଜ୍‌ନେସ୍‌ ସେଣ୍ଟରର ତଳ ମହଲାରେ ଉଦ୍‌ଘାଟିତ ହୋଇଯାଇଛି। ୮୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ବିଶ୍ୱସ୍ତରୀୟ ଫୁଟ୍‌ୱେର୍‌, ବିଭିନ୍ନ ଚମଡ଼ା ଉତ୍ପାଦ, ବ୍ୟାଗ୍‌, ଟ୍ରାଭେଲ୍‌ ବ୍ୟାଗ୍‌, ସ୍ପୋର୍ଟସ ଶୁ ଏବଂ ଆକ୍ଟିଭ୍‌ୱେର୍‌ର ସ୍ବତନ୍ତ୍ର ତଥା ଷ୍ଟାଇଲିଶ୍‌ ସମ୍ଭାର ଅତି ସୁଲଭ ମୂଲ୍ୟରେ ଉପଲବ୍ଧ।
ଏ ସମ୍ପର୍କରେ ଶ୍ରୀଲେଦର୍ସର ପାର୍ଟନର ଶେଖର ଦେ କହିଛନ୍ତି, ବ୍ରାଣ୍ଡ୍‌ର ନୂତନ ପ୍ରଡକ୍ଟଗୁଡ଼ିକ ଆମ ଶୋ’ରୁମ୍‌ଗୁଡ଼ିକୁ ପ୍ରଥମେ ଅଣାଯାଇଥାଏ। ଏପରିକି ଗୁଣବତ୍ତା ଏବଂ ଗ୍ରାହକ ଆଦୃତିକୁ ନେଇ ପୂର୍ଣ୍ଣ ସନ୍ତୁଷ୍ଟି ମିଳିଲା ପରେ ହିଁ ଆମେ ଉକ୍ତ ପ୍ରଡକ୍ଟଗୁଡ଼ିକୁ ବଜାରକୁ ଆଣିଥାଉ ଏବଂ ଫ୍ରାଞ୍ଚାଇଜିଗୁଡ଼ିକୁ ସେସବୁ ଯୋଗାଇ ଦେଇଥାଉ। ବିଶେଷ କରି ମଜଭୁତ ଗ୍ରାହକ ସମ୍ପର୍କ ଯୋଡିଥିବା ଆମର ସର୍ବପୁରାତନ ଷ୍ଟୋର ଭାରତର ଇସ୍ପାତ ସହର ଜାମଶେଦପୁରଠାରେ ରହିଛି। ଏପରିକି ଗ୍ରାହକଙ୍କ ମଧ୍ୟରେ ଏହା ବୃହତ୍‌ ମାତ୍ରାରେ ଆଦୃତି ଲାଭ କରିଛି। ଦୁଇ ପିଢ଼ିରୁ ଅଧିକ ଗ୍ରାହକଙ୍କୁ ଏହା ସେବା ଯୋଗାଣ ଜାରି ରଖିଛି। ଭାରତର ବିଭିନ୍ନ ପ୍ରାନ୍ତରେ ଫ୍ରାଞ୍ଚାଇଜି ଯୋଡ଼ି ବ୍ରାଣ୍ଡ ବୃହତ୍‌ ସଫଳତା ହାସଲ କରିଥିବା ଦେ ମତପ୍ରକାଶ କରିଛନ୍ତି। ସେହିଭଳି ବ୍ରାଣ୍ଡର ଭବିଷ୍ୟତ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ବ୍ରାଣ୍ଡ ପାର୍ଟନର ତଥା ପରିବାରର ତୃତୀୟ ପିଢ଼ି ସଦସ୍ୟ ସୁଶାନ୍ତୋ ଦେ କହିଛନ୍ତି, ଆମେ ବର୍ତ୍ତମାନ ପର୍‌ଫର୍ମାନ୍ସଭିତ୍ତିିକ ସ୍ପୋର୍ଟସ ଶୁ’ ଉପରେ ଫୋକସ୍‌ କରୁଛୁ। ଏପରିକି ପୃଥକ୍‌ ଭାବେ ଏକ ସ୍ପୋର୍ଟସ ଲାଇନ୍‌ ଆଣିବା ପାଇଁ ମଧ୍ୟ ଯୋଜନା ରଖିଛୁ। ଫଳରେ ଆମେ ବ୍ୟାଡ୍‌ମିଣ୍ଟନ, ଭଲିବଲ୍‌ ଏବଂ ବାସ୍କେଟ୍‌ବଲ ପାଇଁ ଭିନ୍ନ ଭିନ୍ନ ସ୍ପୋର୍ଟସ ଶୁ ଆଣିପାରିବୁ। ବିଶେଷକରି ଉତ୍ପାଦର ମାନ ବିଶ୍ୱସ୍ତରୀୟ ହେବ ଏବଂ ଦର ପକେଟ୍‌କୁ ସୁହାଇବ। ଏପରିକି ଆକ୍ଟିଭ୍‌ ୱେର୍‌ ଏବଂ ସ୍ପୋର୍ଟସ ଶୁ ରେଞ୍ଜ୍‌ ଏସ୍‌ଏଲ୍‌ ସ୍ପୋର୍ଟସ ବ୍ରାଣ୍ଡ୍‌ ଅଧୀନରେ ସେ ସବୁ ବିକ୍ରି ହେବ।

Share