Categories: ଜାତୀୟ

ସବୁଠୁ ବଡ଼ ପ୍ରାଇଭେଟ୍‌ ଜେଟ୍‌ ‘ଫ୍ଲାଇଂ ମେନଶନ’

ନୂଆଦିଲ୍ଲୀ, ୯ା୧୨: ବିଶ୍ୱର ସବୁଠୁ ବଡ଼ ପ୍ରାଇଭେଟ୍‌ ଜେଟ୍‌କୁ ‘ଫ୍ଲାଇଂ ମେନଶନ’ ଅର୍ଥାତ୍‌ ‘ଉଡ଼ନ୍ତା ମହଲ’ ନାମ ଦିଆଯାଇଛି। ଏହି ଜେଟ୍‌ ଦେଖିବାକୁ ଏତେ ସୁନ୍ଦର ଯେ କେହି କେବେ ସ୍ବପ୍ନରେ କଳ୍ପନା ବି କରି ନ ଥିବେ। ଏଥିରେ ଅନେକ ବେଡ୍‌ରୁମ୍‌, ଡାଇନିଂ ରୁମ୍‌ ପରି ସୁବିଧା ଉପଲବ୍ଧ ରହିଛି। ଲୋକଙ୍କ ସୁବିଧାକୁ ଦେଖି ସବୁ ଜରୁରୀ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ ବି ଏଥିରେ ମେଶିନର ଶବ୍ଦ ଆଦୌ ଶୁଣାଯାଏନି। ରିପୋର୍ଟ ମୁତାବକ, ଜେଟ୍‌ରେ ଲାଗିଥିବା କ୍ୟାମେରାକୁ ମଧ୍ୟ ଭିନ୍ନ ଧରଣର ଡିଜାଇନ କରାଯାଇଛି। ଏଥିରେ ଯେତେ ପାରିବ ସେତେ ଜିନିଷ ନେଇ ଯାଇହେବ। ଭିତରେ ଏପରି ବ୍ୟବସ୍ଥା କରାଯାଇଛି, ଯାହା ଏକ ମହଲ ଭଳି ଅନୁଭୂତ ହେବ। ଏହାକୁ ଅତି ନିଖୁଣ ଭାବେ ଡିଜାଇନ କରାଯାଇଛି। ପୂରା ବିମାନରେ ଖାସ ପ୍ରକାର କାଠ ବ୍ୟବହୃତ ହୋଇଛି। ବିମାନରେ ଡ୍ରିଙ୍କ୍‌ସ ଏବଂ ଖେଳର ମଧ୍ୟ ବ୍ୟବସ୍ଥା ରହିଛି। ବୋଇଂ ୭୪୭-୮ ପ୍ରଥମ ଥର ପାଇଁ ୨୦୦୫ ନଭେମ୍ବରରେ ଉଡ଼ିଥିଲା। ସେହି ସମୟରେ ଏହି ବିମାନରେ ମୋଟ ୪୬୭ ଯାତ୍ରୀ ଯାଇପାରୁଥିଲେ। ବର୍ତ୍ତମାନ ଏହି ବିମାନର ମାଲିକ ହେଉଛନ୍ତି ରିୟର ଇଷ୍ଟେଟ ଟାଇକୋନ ଜୋସେଫ୍‌ ଲାଉ। ଜୋସେଫ୍‌ଙ୍କ ମୋଟ ସମ୍ପତ୍ତି ୧୦.୩ ବିଲିୟନ୍‌ ପାଉଣ୍ଡରୁ ଅଧିକ ବୋଲି ଜଣାପଡ଼ିଛି।

Share