ଅନୁଗୋଳରେ ହେବ ସର୍ବବୃହତ୍‌ ଇସ୍ପାତ କାରଖାନା: ଜେଏସ୍‌ପି

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର (ଜେଏସ୍‌ପି) ଓଡ଼ିଶାର ଅନୁଗୋଳଠାରେ ବିଶ୍ୱର ସର୍ବବୃହତ୍‌ ଇସ୍ପାତ କାରଖାନା ନିର୍ମାଣ କରିବ ବୋଲି ଲୋକ ସଭା ସଦସ୍ୟ ତଥା ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏଭଳି କିଛି କହିଛନ୍ତି। ଏପରିକି ଜେଏସ୍‌ପି ଆସନ୍ତା ୬ବର୍ଷ ମଧ୍ୟରେ ବାର୍ଷିକ ୨୫.୨ ନିୟୁତ ଟନ୍‌ ଉତ୍ପାଦନ ସହ ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ଭାବେ ମଧ୍ୟ ପରିଗଣିତ ହେବ ବୋଲି ନବୀନ ମତବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀ ଓଡ଼ିଶାରେ ବର୍ତ୍ତମାନ ବାର୍ଷିକ ୬ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ବିଶିଷ୍ଟ କାରଖାନା ଅନୁଗୋଳଠାରେ ପ୍ରତିଷ୍ଠା କରିଛି। ଏପରିକି କମ୍ପାନୀ ଅନୁଗୋଳ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ଆବଶ୍ୟକ କାର୍ଯ୍ୟ କରୁଛି ଏବଂ ଆସନ୍ତା ବର୍ଷକ ମଧ୍ୟରେ ଏହି କାରଖାନା ବାର୍ଷିକ ୧୨ନିୟୁତ ଟନ୍‌ ଇସ୍ପାତ ନିର୍ମାଣ କ୍ଷମତା ହାସଲ କରିବ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜେଏସ୍‌ପି ଅଧ୍ୟକ୍ଷ ନବୀନଙ୍କ ନେତୃତ୍ୱରେ ଭାରତୀୟ ଇସ୍ପାତ ସଂଘ (ଇଣ୍ଡିଆନ ଷ୍ଟିଲ୍‌ ଆସୋସିଏଶନ ବା ଆଇଏସ୍‌ଏ)ର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ଅତିଥି ଭବନଠାରେ ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏପରିକି ଇସ୍ପାତ ନିର୍ମାତାମାନଙ୍କୁ ନେଇ ଗଠିତ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ସରକାରଙ୍କ ଅଧୀନରେ ଓଡ଼ିଶା ଇସ୍ପାତ ଶିଳ୍ପର ଭବିଷ୍ୟତ ଉନ୍ନତ ହେବ ବୋଲି ଆଶା ପ୍ରକଟ କରିଥିଲେ।
ସେହିଭଳି ଭାରତୀୟ ଇସ୍ପାତ ଶିଳ୍ପରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜିନ୍ଦଲ ବିସ୍ତୃତ ଭାବେ ଆଲୋଚନା କରିବା ସହ ଇସ୍ପାତ ଶିଳ୍ପରେ ସବୁଜ ଶକ୍ତି ଏବଂ ସଷ୍ଟେନେବିଲିଟି ଅଭ୍ୟାସର ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ। ଏପରିକି ରାଜ୍ୟର ଅର୍ଥନୈତିକ ବିକାଶରେ ଉନ୍ନତି ଆଣିବା ପାଇଁ ଇସ୍ପାତ ଶିଳ୍ପର ଅଧିକ ସମ୍ପ୍ରସାରଣ ପାଇଁ ସମ୍ଭାବ୍ୟ ସୁଯୋଗ ସମ୍ପର୍କରେ ମଧ୍ୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।
ସେହିପରି ରାଜ୍ୟରେ ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଅଭିବୃଦ୍ଧି ଏବଂ ସ୍ଲରି ପାଇପଲାଇନ ଭଳି ସଷ୍ଟେନେବିଲିଟି ପ୍ରକଳ୍ପର ଆବଶ୍ୟକତା ଉପରେ ଏହି ପ୍ରତିନିଧି ଦଳ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ନବୀନ ଜିନ୍ଦଲ କହିଥିଲେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଓଡ଼ିଶାରେ ସର୍ବବୃହତ୍‌ ଇସ୍ପାତ କାରଖାନା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବା ସହ କମ୍ପାନୀର ଅନୁଗୋଳ ଇସ୍ପାତ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ସହିତ ଏବଂ ଆସନ୍ତା ବର୍ଷ ମଧ୍ୟରେ ଏହି କାରଖାନା ବାର୍ଷିକ ୧୨ ନିୟୁତ ଟନ୍‌ ଇସ୍ପାତ ନିର୍ମାଣ କ୍ଷମତା ହାସଲ କରିବ।
ସୂଚନାଯୋଗ୍ୟ, ନବୀନ ଜିନ୍ଦଲ ଏହି ଗସ୍ତ ସମୟରେ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଗ୍ରାମ ତରଙ୍ଗ ପ୍ରକଳ୍ପ ଏବଂ ୱାଲର୍‌ଡ ସ୍କିଲ୍‌ ସେଣ୍ଟର ଆଦି ପରିଦର୍ଶନ କରିବା ସହ ଏହି ଶିକ୍ଷାନୁଷ୍ଠାନଗୁଡିକ ଦ୍ୱାରା ପରିଚାଳିତ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ। ଏପରିକି ଉକ୍ତ ଅନୁଷ୍ଠାନଗୁଡିକର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଭିତ୍ତିଭୂମିକୁ ନବୀନ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri