ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହାସିକ ଟାଇମ୍ସ ସ୍କୋୟାରରେ ଉଡିବ ସବୁଠାରୁ ବଡ ତ୍ରିରଙ୍ଗା

ୱାଶିଂଟନ/ନୂଆଦିଲ୍ଲୀ,୧୨ ।୮: ଅଗଷ୍ଟ ୧୫ରେ ଭାରତ ପାଳନ କରିବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆମେରିକାର ଏକ ପ୍ରମୁଖ ପ୍ରବାସୀ ଭାରତୀୟ ସଙ୍ଗଠନ ଟାଇମ୍ସ ସ୍କୋୟାରରେ ଏପର୍ଯ୍ୟନ୍ତ ଉଡାଯାଇଥିବା ପତାକାଠାରୁ ସବୁଠାରୁ ବଡ ପତାକା ଉଡାଯିବ ବୋଲି ସୂଚନା ମିଳିଛି । ଏହି ସ୍ୱାଧିନତା ଦିବସ ଅବସରରେ ଫେଡେରେଶନ ଅଫ୍ ଇଣ୍ଡିଆନ୍ ଆସୋସିଏଶନ(ଏଫ୍‌ଆଇଏ) ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ଉଡାଇବା ସହ ସାରା ଦିନ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ଅଶିଂଦାର ହେବେ । ଟାଇମସ୍ ସ୍କୋୟରରେ ପ୍ରଥମ ଭାରତୀୟ ଦିବସ ବିଲବୋର୍ଡ ୨୪ ଘଣ୍ଟା ପାଇଁ ପ୍ରଦର୍ଷିତ ହେବ । ଏମ୍ପାୟାର ଷ୍ଟେଟ ବିଲଡିଂକୁ ଭାରତୀୟ ତ୍ରିରଙ୍ଗାରେ ଆଲୋକିତ କରାଯିବ । ତେବେ ଯେଉଁ ବଡ ପତାକାଟି ଉତ୍ତୋଳନ କରାଯିବ ଏହାର ଲମ୍ବ ୬ଫୁଟ ଓ ଚଉଡା ୧୦ ଫୁଟ ରହିବ ଏହାସହ ଉଡିବାକୁ ଥିବା ପୋଲ୍ ବା ଖମ୍ବର ଉଚ୍ଚତା ୨୫ ଫୁଟ ହେବ । ଗତବର୍ଷ ବି ଏହିଠାରେ ଏଫ୍‌ଆଇଏ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

Share