ସର୍ବବୃହତ ତ୍ରିରଙ୍ଗା, ଓଜନ ୧୪୦୦ କିଲୋଗ୍ରାମ୍‌…

ଲେହ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଲଦାଖର ଲେହରେ ଖଦୀରେ ନିର୍ମିତ ସର୍ବବୃହତ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଉନ୍ମୋଚନ କରାଯାଇଛି। ସେନାମୁଖ୍ୟ ଏମ୍‌.ଏମ୍‌. ନରାଓ୍ବଣେ ଏବଂ ଲଦାଖର ଉପରାଜ୍ୟପାଳ ଆର୍‌.କେ. ମାଥୁରଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଛି। ଏହାକୁ ଜନସ୍କାର ପାହାଡ଼ ଉପରେ ଲଗାଯାଇଛି।

ଏହାର ଲମ୍ବ ୨୨୫ ପୁଟ ଥିବାବେଳେ ଚୌଡ଼ା ୧୨୫ ଫୁଟ ରହିଛି। ଅକ୍ଟୋବର ୮ରେ ବାୟୁସେନା ଦିବସ ଅବସରେ ଏହାକୁ ହିଣ୍ଡନକୁ ନିଆଯିବ।

ଏହାକୁ ଖଦୀ ବିକାଶ ବୋର୍ଡ ଏବଂ ମୁମ୍ବାଇର ଏକ ପ୍ରଣ୍ଟିଂ କମ୍ପାନୀର ମିଳିତ ସହଯୋଗରେ ତିଆରି କରାଯାଇଛି।

Share