Categories: ଫୁରସତ

ସବୁଠୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂ

ଆମଷ୍ଟରଡାମ: ଆମଷ୍ଟରଡାମ ଏପରି ଏକ ସହର, ଯେଉଁଠାରେ ଲୋକେ ଯାତାୟାତ ପାଇଁ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି। ଏହି ସାଇକେଲ ସଂସ୍କୃତି ପାଇଁ ଦେଶରେ ଏହା ଖ୍ୟାତି ଅର୍ଜନ କରିପାରିଛି। ତେବେ ଏଥିନେଇ ଆଉ ଏକ ପାଦ ଆଗକୁ ବଢିଛି। ଏଠାରେ ଦୁନିଆର ସବୁଠାରୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂର ବ୍ୟବସ୍ଥା ହୋଇଛି। ଯେଉଁଠାରେ କି ୭ହଜାର ସାଇକେଲ୍‌ ପାର୍କିଂ କରିହେବ। ଏହି ୬୫ ମିଲିୟନ୍‌ ପ୍ରୋଜେକ୍ଟ ପାଇଁ ୪ ବର୍ଷ ସମୟ ଲାଗିଛି। ସହର ପ୍ରଦୂଷଣକୁ ବଞ୍ଚାଇବା ପାଇଁ ବାଇକ୍‌ ବଦଳରେ ସାଇକେଲ ବ୍ୟବହାର କରିବା ଏହି ପ୍ରୋଜେକ୍ଟର ମୂଳ ଲକ୍ଷ୍ୟ ରହିଛି। ଏହି ସାଇକେଲ ପାର୍କିଂ ସହରର ସେଣ୍ଟ୍ରାଲ ଷ୍ଟେଶନ ପାଖରେ ରହିଛି। ଯେଉଁଥିପାଇଁ ସେଣ୍ଟ୍ରାଲ ଷ୍ଟେଶନକୁ ଯିବାକୁ ସୁବିଧା ରହିଛି।

Share