Posted inଜାତୀୟ

ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର

ଜମ୍ମୁ,୨୨ା୧୦: ଅନ୍ୟ ହିନ୍ଦୁ ମହିଳାଙ୍କ ଭଳି ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥିବା ରୁଚି ଅବରୋଲ ରବିବାର ସ୍ବାମୀଙ୍କ ଭିଡିଓ କଲ୍‌କୁ ଅପେକ୍ଷା କରିଥିଲେ। ଫୋନ୍‌ ଆସିଥିଲେ ସେ କରଓ୍ବା ଚଉଥ୍‌ ବ୍ରତ ଭାଙ୍ଗି ଖାଦ୍ୟ ଗ୍ରହଣ କରିଥାଆନ୍ତେ। କିନ୍ତୁ ଯେଉଁ କଲ୍‌ ଆସିଥିଲା, ତାହା ତାଙ୍କୁ ବିଧବା ସଜାଇଦେଲା। ‘ଶଶିଭୂଷଣ ଅବରୋଲ ଆଉ ନାହାନ୍ତି। ଗନ୍ଦେରବଲରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେ ନିହତ ହୋଇଛନ୍ତି’ ବୋଲି ଖବର ମିଳିବା ପରେ ରୁଚିଙ୍କ ପାଦତଳୁ ମାଟି ଖସିଯାଇଥିଲା। ଆର୍କିଟେକ୍ଚରାଲ ଡିଜାଇନର ଶଶୀ ହେଉଛନ୍ତି ଶ୍ରୀନଗର-ଲେହ ଜାତୀୟ ରାଜପଥରେ ନିର୍ମାଣାଧୀନ ଟନେଲରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରୁ ଅନ୍ୟତମ।
ଟନେଲ ନିର୍ମାଣରେ ନିୟୋଜିତ ଟିମ୍‌ ରାତିରେ କାର୍ଯ୍ୟରୁ ନିଜ କ୍ୟାମ୍ପ୍‌କୁ ଫେରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଜମ୍ମୁର ତାଲାବ ତିଲ୍ଲୋ ବାସଭବନରେ ସୋମବାର ସକାଳେ ରୁଚି ନିଜ ୩ ବର୍ଷୀୟା ଝିଅଙ୍କୁ ଧରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ କରଓ୍ବା ଚଉଥ୍‌ ଉପବାସ କରିବା ସହ ମନ୍ଦିରକୁ ଯାଉଥିଲି। ସନ୍ଧ୍ୟାରେ ତାଙ୍କ ସହ କଥା ହୋଇଥିଲି। କୌଣସି ପ୍ରକାର ବିପଦ ଥିବା ନେଇ ସେ କିଛି କହି ନ ଥିଲେ। କିଛି ସମୟ କଥା ହେବା ପରେ ଘରକୁ ଫେରି ପୁଣି କଲ୍‌ କରିଥିଲି। ସେ ଫୋନ୍‌ ଉଠାଇ ନ ଥିଲେ। ଏହା ପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ସେ କଲ୍‌ବ୍ୟାକ୍‌ କରିବେ ବୋଲି ଅପେକ୍ଷା କରିଥିଲି, କିନ୍ତୁ କଲ୍‌ ଆସି ନ ଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି କିଛି ଜଣାଇ ନ ଥିଲେ। ଟିଭି ଦେଖି ସ୍ବାମୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଲି’ ବୋଲି ରୁଚି କହିଛନ୍ତି।
ରୁଚିଙ୍କ ସମ୍ପର୍କୀୟା ନଣନ୍ଦ ଦିବ୍ୟା କହିଛନ୍ତି, ଭାଉଜ ଉପବାସ ଭାଙ୍ଗିବାକୁ ମନା କରିଦେଇଥିଲେ। ତାଙ୍କ ଜୀବନ ଛାରଖାର ହୋଇଗଲା। କରଓ୍ବା ଚଉଥ ପର୍ବ ଆମପାଇଁ ଏକ ବିପର୍ଯ୍ୟୟର ଦିବସ ପାଲଟିଗଲା। ଭୀରୁ ଆତଙ୍କବାଦୀଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି। ଶଶୀ ନିଜ ପରିବାରର ଜଣେ ମାତ୍ର ରୋଜଗାରିଆ ଥିଲେ। ସେ ଭାଉଜଙ୍କ ସହ ତାଙ୍କ ଝିଅ ଓ ଇଞ୍ଜିନିୟରିଂ ପଢ଼ୁଆ ପୁଅକୁ ଛାଡ଼ି ଚାଲିଗଲେ। ଶଶୀଙ୍କ ବାପା ପରିବାରକୁ ଆର୍ଥିକ ସହାୟତା ଓ ଝିଅ ଊର୍ବଶୀଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

ଭାଜପାକୁ କେବେ ମିଳିବ ନୂଆ ଅଧ୍ୟକ୍ଷ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୦: ଗତ କିଛି ମାସ ଧରି ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ଦଳ...

ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ? ଜାଣନ୍ତୁ କିଏ ଦେଇଛି ଅଫର୍‌

ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି।...

ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ

ସିକନ୍ଦରାବାଦ,୨୨।୧୦: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri