ଶ୍ରୀନଗର,୧୩।୨: ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ରାଥେରଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଜହୁରଙ୍କୁ ସାମ୍ବା ଜିଲାରୁ ଗିରଫ କରାଯାଇଛି। ଗତବର୍ଷ କୁଲଗାମ୍ରେ ୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଜହୁରଙ୍କ ବିରୋଧରେ ରହିଛି। ସେ ଗୁଳିକରି ଭାଜପାର ଫିଦା ହୁସେନ, ଉମର ରଶିଦ୍ ବେଗ୍ ଏବଂ ଉମର ହାଜାମ୍ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଏହା ସହିତ କୁଲଗାମ୍ର ଫୁରହା ଅଞ୍ଚଳରେ ଜଣେ ପୋଲିସଙ୍କୁ ହତ୍ୟା କରିଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। ପୋଲିସ ପକ୍ଷରୁ ଜହୁରଙ୍କୁ ପଚରାଉଚରା ଜାରି ରହିଛି।