ଶ୍ରୀନଗର,୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ମିଳିତ ସୁରକ୍ଷାକର୍ମୀମାନେ ଲଶ୍କର ଆତଙ୍କବାଦୀ ହମିଦ୍ ନାଥଙ୍କୁ ଗିରଫ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ୍ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ସେ ଲଶ୍କର-ଇ-ତୋଏବା କମାଣ୍ଡର ମହମ୍ମଦ ୟୁସୁଫ୍ କାନ୍ତ୍ର୍ରୋଙ୍କ ସହଯୋଗୀ ଥିଲେ ବୋଲି କଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ତାଙ୍କୁ ବଡ଼ଗାମ୍ ଅଞ୍ଚଳର ବୀରଓ୍ବାହର ପୁଷ୍କର ଗାଁରୁ ଗିରଫ କରାଯାଇଛି। ୨୬ ବର୍ଷ ବୟସ୍କ ହମିଦ୍ ପେଠ୍-ଜନିଗାମ୍ର ବାସିନ୍ଦା। ସେ ବହୁ ଆତଙ୍କବାଦୀ ଘଟଣା ସହିତ ଜଡ଼ିତ ବୋଲି ପୋଲିସ କହିଛି।