ବଡ଼ଗାମ,୨୩।୮: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ବିପୁଳ ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ, ସେନା ଓ ପୋଲିସର ମିଳିତ ଉଦ୍ୟମରେ ବଡ଼ଗାମ ଜିଲାରେ ସର୍ଚ୍ଚ ଅପରେଶନ୍ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀ ୨ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ଲଶ୍କର-ଏ-ତୋଏବାର ଆତଙ୍କବାଦୀ ହେଉଛନ୍ତି କନିପୋରାର ଗୁଣ୍ଡ ଚୋକପୋରାର ସମୀର ଅହମ୍ମଦ ନଜର ଏବଂ କରଲପୋରାର ଶାହନୱାଜ ଅହମ୍ମଦ ଭଟ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରରେ ପ୍ରତିଦିନ ଏକ ନୂଆ ପ୍ରକାରର ଆତଙ୍କବାଦୀ ଘଟଣା ଦେଖିବାକୁ ମିଳୁଥିବା ବେଳେ ସୁରକ୍ଷାକର୍ମୀ ମଧ୍ୟ ଏହାର କଡ଼ା ଜବାବ ଦେଉଛନ୍ତି।