Categories: ଜାତୀୟ

ଲଶ୍କର-ଇ-ତୋଇବାର କମାଣ୍ଡରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୨।୧୧: ପାକିସ୍ତାନରେ ଭାରତ ବିରୋଧୀ ଆତଙ୍କବାଦୀଙ୍କୁ ଧୀରେ ଧୀରେ ନିପାତ କରାଯାଉଛି। ଖେବର ପଖ୍‌ତୁନଖାରେ କିଛି ଅଜ୍ଞାତ ଲୋକମାନେ ଲଶ୍କର-ଇ-ତୋଇବାର କମାଣ୍ଡର ଅକରମ ଗାଜୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀଙ୍କ ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ, ଅକରମ ଖାନ ଓରଫ ଗାଜୀ ୨୦୧୮ରୁ ୨୦୨୦ ମଧ୍ୟରେ ଲଶ୍କର ଗ୍ରୁପରେ ଆତଙ୍କବାଦୀଙ୍କୁ ଭର୍ତ୍ତି କରିବା ପାଇଁ ଟପ ର଼୍ୟାଙ୍କ ହାସଲ କରିଥିଲେ। ଗତ ୨ବର୍ଷ ମଧ୍ୟରେ କଶ୍ମିର ଘାଟିରେ ଆତଙ୍କବାଦୀ ଅନୁପ୍ରେବଶ ପାଇଁ ଗାଜୀଙ୍କୁ ଦାୟୀ କରାଯାଉଛି।

Share