Categories: ଜାତୀୟ

ଶ୍ରୀନଗରରେ ଲୁଚିଥିଲେ ମୋଷ୍ଟ ଓ୍ବାଣ୍ଟେଡ୍‌ ଲସ୍କର ଆତଙ୍କବାଦୀ

ଶ୍ରୀନଗର,୩।୧: ଲସ୍କର-ଇ-ତୋଇବା (ଏଲ୍‌ଇଟି)ର ମୋଷ୍ଟ ଓ୍ବାଣ୍ଟେଡ୍‌ ସଲିମ ପାରେଙ୍କ ସମେତ ଦୁଇ ଆତଙ୍କବାଦୀ ସୁରକ୍ଷା ବଳର ଗୁଳିରେ ନିହତ ହୋଇଛନ୍ତି। ଶ୍ରୀନଗରର ଉପକଣ୍ଠ ହାରଓ୍ବାନ ଅଞ୍ଚଳରେ ସୋମବାର ଏହି ଏନକାଉଣ୍ଟର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

“ଶ୍ରୀନଗର ପୋଲିସ ଦ୍ୱାରା ଆତଙ୍କବାଦୀ ସଂଗଠନ ଏଲ୍‌ଇଟି ସଦସ୍ୟ ସଲିମ ପାରେ ନିହତ ହୋଇଛନ୍ତ” ବୋଲି କଶ୍ମୀର ଜୋନ ଆଇଜିପି ବିଜୟ କୁମାର କହିଛନ୍ତି। ଏନକାଉଣ୍ଟର ସମ୍ପର୍କିତ ଅଧିକ ତଥ୍ୟ ପରବର୍ତ୍ତୀ ସମୟରେ ଦିଆଯିବ। ପାଖ ଗାସୁ ଗ୍ରାମରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ନାହିଁ ବୋଲି ସେ କହିଛନ୍ତି।

Share